24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶସ୍ପଷ୍ଟ କଲେ ନିର୍ବାଚନ ଆୟୋଗ; ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ରରେ ନିର୍ବାଚନ

ସ୍ପଷ୍ଟ କଲେ ନିର୍ବାଚନ ଆୟୋଗ; ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ରରେ ନିର୍ବାଚନ

ମୁମ୍ବାଇ: ନଭେମ୍ବର ୨୬ ପୂର୍ବରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଏକ ଟିମ୍ ସମ୍ପ୍ରତି ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କ ଅଂଶଗ୍ରହଣ ଜରୁରୀ। ମହାରାଷ୍ଟ୍ରରେ ୧ ଲକ୍ଷ ୧୮୬ଟି ମତଦାନ କେନ୍ଦ୍ର ରହିଛି।

ଏଠାରେ ୪୨,୫୫୮ଟି ସହରାଞ୍ଚଳ ବୁଥ୍ ଓ ୫୭,୬୦୦ଗ୍ରାମୀଣ ବୁଥ୍ ରହିଛି। ସହରାଞ୍ଚଳର ଶତ ପ୍ରତିଶତ ବୁଥ୍ ଏବଂ ଗ୍ରାମାଞ୍ଚଳରେ ମଧ୍ୟ ୫୦ ପ୍ରତିଶତରୁ ଅଧିକ ବୁଥରେ ସିସିଟିଭି କ୍ୟାମେରା ଲଗାଇବାକୁ ଚେଷ୍ଟା କରାଯିବ। ନିର୍ବାଚନ କମିସନରଙ୍କ ଟିମ୍ ତିନି ଦିନିଆ ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି ସମୟରେ ନିର୍ବାଚନ ଆୟୋଗ ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କ ସହ ଏକାଧିକ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ରାଜୀବ କୁମାର କହିଛନ୍ତି ଯେ, ଏହି ସମୟରେ ଆମେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଭେଟିଥିଲୁ ଏବଂ ସେମାନେ ଦୀପାବଳି ଭଳି ପର୍ବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଘୋଷଣା କରିବାକୁ ଆମକୁ କହିଥିଲେ। ଅଧିକାରୀଙ୍କ ବଦଳିରେ ସ୍ୱଚ୍ଛତା ଆଣିବା ସହ ୧୭ସି ଉପଲବ୍ଧ କରାଇବାକୁ ରାଜନୈତିକ ଦଳମାନେ ଦାବି କରିଛନ୍ତି। ମତଦାନ ପ୍ରକ୍ରିୟା ଶେଷ ହେବା ପରେ ପୋଲିଂ ଏଜେଣ୍ଟଙ୍କୁ ୧୭ସିର ନକଲ ଦିଆଯିବ। କେହି ଯେପରି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାର ନ କରନ୍ତି, ତାହା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking