21.1 C
Bhubaneswar
Wednesday, December 17, 2025
Homeଅପରାଧବ୍ରାହ୍ମଣବାଡ଼ ଗାଁରେ ଭୁଜାଲି ଆକ୍ରମଣ ଘଟଣା: ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁ

ବ୍ରାହ୍ମଣବାଡ଼ ଗାଁରେ ଭୁଜାଲି ଆକ୍ରମଣ ଘଟଣା: ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁ

ଡେଲାଙ୍ଗ: ଡେଲାଙ୍ଗ ଥାନା ବାହ୍ମଣବାଡ ଗାଁରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଜଣକୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ନେଇ ଚଳିତ ମାସ ୬ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ଡେଲାଙ୍ଗ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେ ଶୁକ୍ରବାର ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୁଚନା ଅନୁଯାୟୀ ଡେଲାଙ୍ଗ ବ୍ଲକ ଜେନାପୁ ପଞ୍ଚାୟତ ବାହ୍ମଣବାଡ ଗ୍ରାମର ଚନ୍ଦ୍ରଶେଖର ମହାପାତ୍ର ଗାଁ ଦାଣ୍ଡରେ ଠିଆହୋଇଥିବା ବେଳେ ଗ୍ରାମ୍ୟ କୋଠଘର ପାଇପ୍‌କୁ ନେଇ ଅଭିଯୁକ୍ତ ମିଲୁ ମହାପତ୍ର ସହିତ ପାଟିତୁଣ୍ଡ ହେବା ସହିତ ଉଭୟଙ୍କ ମଧ୍ୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ ହୋଇଥିଲେ।

ପରେ ଉଭୟଙ୍କ ମଧ୍ୟରେ ମାର୍‌ପିଟ୍ ହୋଇଥିବା ବେଳେ ମିଲୁ ହଠାତ୍ ଏକ ଭୁଜାଲିରେ ଚନ୍ଦ୍ରଶେଖରଙ୍କ ପେଟକୁ ହାଣି ଦେଇଥିଲା। ଏହି ଆକ୍ରମଣରେ ଚନ୍ଦ୍ରଶେଖର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଓ ଗ୍ରାମବାସୀ ତାଙ୍କୁ ଡେଲାଙ୍ଗ ସାକ୍ଷୀଗୋପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଚନ୍ଦ୍ରଶେଖରଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ୱାମୀଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ନେଇ ପତ୍ନୀ ସାବିତ୍ରୀ ମହାପାତ୍ର ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଗତ ୭ ତାରିଖରେ ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ବାହ୍ମଣବାଡ଼ ଗ୍ରାମର ଅଭିଯୁକ୍ତ ଦ୍ୱୟ ମିଲୁ ମହାପାତ୍ର(୨୬) ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ର(୫୫)ଙ୍କୁ ପୁଲିସ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking