26.1 C
Bhubaneswar
Monday, September 23, 2024
Homeଦେଶ ବିଦେଶଆମେରିକାରେ ଆଖିବୁଜା ଗୁଳିମାଡ଼; ୪ ମୃତ

ଆମେରିକାରେ ଆଖିବୁଜା ଗୁଳିମାଡ଼; ୪ ମୃତ

ୱାଶିଂଟନ: ଆମେରିକାର ଅଲବାମା ବିଶ୍ୱବିଦ୍ୟାଳୟ ନିକଟରେ ଆଖିବୁଜା ଗୁଳିମାଡ଼ ହୋଇଥିବା ବେଳେ ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ଗୁଳିକାଣ୍ଡ ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଅଲବାମାର ବର୍ମିହାମ୍ ଫାଇଭ୍ ପଏଣ୍ଟ ସାଉଥ୍ ଅଞ୍ଚଳ ଆଲବାମ୍ ବିଶ୍ୱବିଦ୍ୟାଳୟ ନିକଟରେ ରହିଛି ।

ସୁତରାଂ ଏହି ଅଞ୍ଚଳରେ ଏକାଧିକ ରେଷ୍ଟୁରାଣ୍ଟ ରହିଥିବା ବେଳେ ବୁଲାବୁଲି ପାଇଁ ମଧ୍ୟ ସୁବିଧା ରହିଛି । ତେଣୁ ଏହି ଅଞ୍ଚଳରେ ଗହଳି ଚହଳି ଲାଗିରହିଥାଏ । ତେବେ ସବୁଦିନ ପରି ଶନିବାର ରାତିରେ ମଧ୍ୟ କିଛି ମହିଳା ଓ ପୁରୁଷ ଏକ ଖୋଲା ସ୍ଥନରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିବା ବେଳେ କିଛି ଦୁର୍ବୃତ୍ତ ଏଠାକୁ ଆସିଥିଲେ ଏବଂ ଆଖିବୁଜା ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ । ଫଳରେ ୨ ପୁରୁଷ ଓ ଜଣେ ମହିଳା ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking