31.1 C
Bhubaneswar
Monday, September 23, 2024
Homeଓଡିଶାଭରତପୁର ଥାନାରେ ହେଲା ପୂଜାପାଠ

ଭରତପୁର ଥାନାରେ ହେଲା ପୂଜାପାଠ

ଭୁବନେଶ୍ୱର : ବିବାଦରେ ଥିବା ଭରତପୁର ଥାନା ଏବେ ଆଉ ଏକ ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି । ତାହା ହେଲା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ପରେ ଏବେ ଥାନାରେ ପୂଜାର୍ଚ୍ଚନା କରାଯାଇଛି । ଏଠାରେ ନୂଆ କରି ଯୋଗଦାନ କରିଥିବା ଆଇଆଇସି ପୂଜା ପାଠ କରିଛନ୍ତି । ନୂଆ ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ଏଠାରେ ନୂଆ କରି ଦାୟିତ୍ୱ ନେବା ପରେ ମାନସିକ ଶାନ୍ତି ପାଇଁ ପୂଜା ପାଠ କରାଇଥିବା କହିଛନ୍ତି । ବ୍ରାହ୍ମଣ ଥାନାର ବିଭିନ୍ନ ସ୍ଥାନରେ ଗଙ୍ଗା ପାଣି ସିଞ୍ଚନ କରି ଶୋଧ କରିଛନ୍ତି । ପ୍ରକାଶ ଯେ  ଭୁବନେଶ୍ୱରସ୍ଥିତ ଭରତପୁର ଥାନାରେ ମେଜର  ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଓ ଦୁର୍ବ୍ୟବହାର ମାମଲାରେଆଇଆଇସି ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking