26.1 C
Bhubaneswar
Wednesday, February 11, 2026
Homeଓଡିଶାହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ରବିବାର ତୃତୀୟ ଦିନରେ କେନ୍ଦୁଝର କାର୍ଯ୍ୟକ୍ରମ ସାରି ୟୂରଭଞ୍ଜ ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଗସ୍ତ ପୂର୍ବରୁ ରାଇସୁଆଁସ୍ଥିତ ଏୟାରଷ୍ଟ୍ରିପ୍‌ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।

ଫଳରେ ମୁଖ୍ୟମନ୍ତ୍ରୀଙ୍କୁ ରାଇସୁଁଆ ଏୟର ଷ୍ଟ୍ରିପ୍‌ରେ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିବା ଏକ ବଡ଼ ସୂଚନା ସାମ୍‌ନାକୁ ଆସିଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କେନ୍ଦୁଝରରୁ ଭୁବନେଶ୍ବର ଫେରି ଆସିବେ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking