ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ମେଣ୍ଟ କରିବ ନାହିଁ କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ ଦେଲେ ବଡ଼ ବୟାନ । ସେ କହିଛନ୍ତି , ଆମେ ଏକାକୀ ନିର୍ବାଚନ ଲଢ଼ିବୁ , ଆମ ଦଳ ସୁଦୃଢ଼ ଅଛି । ବିଧାନସଭା ନିର୍ବାଚନରେ ଆବଶ୍ୟକ ପଡ଼ିଲେ ବୁଝାବଣା ହୋଇପାରେ କିନ୍ତୁ ପଞ୍ଚାୟତ ନିର୍ବାଚନରେ ମେଣ୍ଟ ହେବନାହିଁ । ଦଳ ଭିତରେ ଅସନ୍ତୋଷ ରହିଥିବା ବେଳେ ଭକ୍ତଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ନିଜେ ଭକ୍ତ ଦାସ କହିଥିଲେ ହୁଏତ ମେଣ୍ଟ ହୋଇପାରେ କିନ୍ତୁ ଏବେ ସେ ସ୍ପଷ୍ଟ କରିଛନ୍ତି ମେଣ୍ଟ ହେବନି।










