24.1 C
Bhubaneswar
Friday, February 13, 2026
Homeଓଡିଶାବାଇକ ଉପରେ ଚଢ଼ିଗଲା ଟ୍ରକ, ଜଣେ ମୃତ ଓ ୩ ଆହତ

ବାଇକ ଉପରେ ଚଢ଼ିଗଲା ଟ୍ରକ, ଜଣେ ମୃତ ଓ ୩ ଆହତ

ରାୟଗଡ଼ା : ରାୟଗଡ଼ା ଜିଳ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକୋଣା ଜୟଗୁରୁ ମନ୍ଦିର ନିକଟରେ ଟ୍ରକ ଏବଂ ବାଇକ ମୁହାମୁହଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଆଉ ତିନିଜଣ ଗୁରୁତର ଆହତ ହୋଇଥି‌ଲେ। ଆହତମାନଙ୍କୁ ଲକ୍ଷ୍ମୀ ବସରେ ଉଦ୍ଧାର କରାଯାଇ ବିଷମ କଟକ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗୋଟିଏ ମଟର ସାଇକଲରେ ଚାରିଜଣ ବସି ବିଷମ କଟକରୁ ଚାଟିକୋଣା ଯାଉଥିଲେ। ଚାଟିକୋଣାସ୍ଥ ଜୟଗୁରୁ ମନ୍ଦିର ବାଇପାସ୍ ରୋଡ ଦେଇ ଚାଟିକୋଣା ଯିବା ପାଇଁ ମୁଖ୍ୟ ରାସ୍ତାରୁ ବାଇପାସ୍ ରୋଡ ଆଡ଼କୁ ଯିବା ବେଳେ ଅପରପକ୍ଷରୁ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାରେ ଜଣେ ଟ୍ରକ ଚକ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଆହତ ଅବସ୍ଥାରେ କୁର୍ଲୀରୁ ଆସୁଥିବା ଲକ୍ଷ୍ମୀ ବସ୍ ଉଦ୍ଧାର କରି ବିଷମ କଟକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଛି। ଟ୍ରକ ତଳେ ଚାପି ହୋଇରହିଥିବା ଯୁବକକୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ମୃତକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରଖିଥିଲେ। ମୃତ ଯୁବକ କୁର୍ଲୀ ଗ୍ରାମର ଶାନ୍ତୁନୁ ବାଘ (୧୮) ହୋଇଥିବା ବେଳେ ଆହତମାନେ ହେଲେ ପିଣ୍ଟୁ ବାଘ,ହିମେସ ଟାକ୍ରି ଓ ରିଭଲକଣା ଗ୍ରାମର ଦିପୁ କରକରିଆ ବୋଲି ଜଣାଯାଇଛି। ଆହତମାନେ ଗୁରୁତର ରହିଥିବା ମେଡିକାଲ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking