28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶବିଜେପି ଜାରିକଲା ଇସ୍ତାହାର ; ମହିଳାଙ୍କୁ ମିଳିବ ମାସିକ ୨୧ଶହ ଟଙ୍କା

ବିଜେପି ଜାରିକଲା ଇସ୍ତାହାର ; ମହିଳାଙ୍କୁ ମିଳିବ ମାସିକ ୨୧ଶହ ଟଙ୍କା

ହରିୟାଣା : ଆଉ କିଛି ଦିନ ପରେ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେବାକୁ ଯାଉଛି । ନିର୍ବାଚନ ଲାଗି ରାଜ୍ୟରେ ରାଜନୈତିକ ମାହୋଲ ହୋଇଛି ପୂରା ଉଷ୍ମ । ଏବେ ସବୁ ଦଳ ଲାଗିଛନ୍ତି ନିଜ ନିଜର ପ୍ରଚରରେ । ଏଭଳି ମାହୋଲ ମଧ୍ୟରେ ଆଜି ବିଜେପି ଜାରି କରିଛି ତାର ଇସ୍ତାହାର । ଭାରତୀୟ ଜନତା ପାର୍ଟି ଏହାକୁ ‘ସଙ୍କଳ୍ପ ପତ୍ର’ ନାଁ ରଖିଛି । ଏଥିରେ ଦଳ ରାଜ୍ୟବାସୀଙ୍କୁ ୨୦ଟି ପ୍ରତିଶ୍ରୁତି ଦେଇଛି । ରୋହତକରେ ଇସ୍ତାହାର ଘୋଷଣା ବେଳେ ବିଜେପି ରାଷ୍ଟ୍ରୟୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୋନି ଉପସ୍ଥିତ ଥିଲେ । ସଙ୍କଳ୍ପ ପତ୍ର ଜାରି କରି ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୋନି କହିଛନ୍ତି, ବିଜେପି ସରକାର ୫ବର୍ଷ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛି । ୨୦୧୪ରେ ବିଜେପି ନିର୍ବାଚନ ବେଳେ ଇସ୍ତହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିଛି । ହରିୟାଣାରେ ମୋଟ୍ ୧୮୭ଟି ପ୍ରତିଶ୍ରୁତି ପାଳନ କରିଛି । ଏଥର ବି ମେନ୍ୟୁଫେଷ୍ଟୋରେ ରହିଥିବା ସମସ୍ତ ୨୦ଟି ଦାବି ପୂରଣ କରାଯିବ । ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇଛି ସେ ମଧ୍ୟରୁ ସବୁଠୁ ପଡ଼ ପ୍ରତିଶ୍ରୁତି ହେଉଛି ରାଜ୍ୟର ସମସ୍ତ ମହିଳାଙ୍କୁ ‘ଲାଡୋ ଲକ୍ଷ୍ମୀ’ ଯୋଜନାରେ ପ୍ରତି ମାସ ୨୧୦୦ ଟଙ୍କା ଲେଖାଏଁ ଦିଆଯିବ । ରାଜ୍ୟରେ ୧୦ରୁ ଅଧିକ ଉଦ୍ୟୋଗୀ ସହର ନିର୍ମାଣ କରାଯିବ ।
ପ୍ରତି ସହରରେ ୫୦ ହଜାର ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ କମ୍ପାନୀଗୁଡ଼ିକୁ ବିଶେଷ ପ୍ରୋତ୍ସାହନ ଦିଆଯିବ । ଚିରାୟୁ ଆୟୁଷ୍ମାନ ଯୋଜନାଚରେ ପ୍ରତି ପରିବାରକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ସ୍ୱତନ୍ତ୍ର ଭାବେ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦିଆଯିବ । ୨୪ଟି ଫସଲକୁ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ କିଣା ଯିବ । ୨ ଲକ୍ଷ ଯୁବକଙ୍କୁ ‘ବିନା ପର୍ଚି ବିନା ଖର୍ଚ୍ଚି’ରେ ପକ୍କା ସରକାରୀ ଚାକିରି ଦିଆଯିବ । ୫ଲକ୍ଷ ଯୁବକଙ୍କ ପାଇଁ ଅନ୍ୟ ରୋଜଗାର ବ୍ୟବସ୍ଥା କରାଯିବ ଏବଂ ନ୍ୟାସନାଲ ଅପ୍ରେଣ୍ଟିସ୍ ଜରିଆରେ ଭତ୍ତା ବ୍ୟବସ୍ଥା କରାଯିବ । ସହର ଏବଂ ଗ୍ରାମୀଣ କ୍ଷେତ୍ରରେ ୫ଲକ୍ଷ ଆବାସ ଘର ବଣ୍ଟନ କରାଯିବ ବୋଲି ବଡ଼ ପ୍ରତଶ୍ରୁତି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking