35.1 C
Bhubaneswar
Tuesday, May 26, 2026
Homeଦେଶ ବିଦେଶଶୋଇଥିବା ବେଳେ ଭୁଶୁଡ଼ିଲା କୋଠା; ୧୦ ମୃତ

ଶୋଇଥିବା ବେଳେ ଭୁଶୁଡ଼ିଲା କୋଠା; ୧୦ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୀରଟରେ କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪ ଜଣ ଫସି ରହିଛନ୍ତି। ଖବର ପାଇ ଏନ୍‌ଡିଆର୍‌ପିଏଫ୍ ଓ ଏସ୍‌ଡିଆର୍‌ପିଏଫ୍‌ ଟିମ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୋଠା ଭୁଶୁଡ଼ି ପଡିଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, କୋଠାର ଭଗ୍ନାବଶେଷ ତଳେ ୧୪ ଜଣ ଫସି ରହିଥିଲେ। ଉଦ୍ଧାରକାରୀ ଟିମ୍ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ଅନ୍ୟମାନଙ୍କୁ ଉଦ୍ଧାର ପାଇଁ କାର୍ଯ୍ୟ ଚାଲିଛି। ବର୍ଷା ସତ୍ତ୍ୱେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଥିବା ଜିଲ୍ଲା ମାଜିଷ୍ଟ୍ରେଟ ଦୀପକ ମୀନା କହିଛନ୍ତି। ସେପଟେ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଛି। ପ୍ରବଳ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏଥିରେ ୧୭ ଜଣଙ୍କ ଜୀବନ ଗଲାଣି। ମୀରଟରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ହିଁ କୋଠା ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking