21.1 C
Bhubaneswar
Wednesday, December 17, 2025
Homeଓଡିଶାପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ କେଜି ସୁନା ଜବତ

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ କେଜି ସୁନା ଜବତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ୨୦ କେଜି ସୁନା। ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି ସିଟି ଆଣ୍ଡ ଜିଏସଟି।  ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଉନାହିଁ। ସଂପୃକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରାଯାଉଛି। ଭୁବନେଶ୍ୱରର ୫ ବ୍ୟବସାୟୀ ଏହି ସୁନା ଆଣିଥିବା ବେଳେ କଳାହାଣ୍ଡି ଓ ଅନୁଗୋଳ ଆଦି ଅଞ୍ଚଳର ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଯାଉଥିବା ଜଣାଯାଇଛି।ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରେ ସୁନା ଆସୁଥିବା  ସିଟି ଆଣ୍ଡ ଜିଏସଟି କୌଣସି ସୁତ୍ରରୁ ଖବର ପାଇଥିଲା। ପରେ  ଟିମ୍  ବାହାରେ ଛକି ରହିଥିଲା।  ଜଣେ ବ୍ୟକ୍ତି ୨୦ କେଜି  ସୁନା ଧରି ବିମାନ ବନ୍ଦରରୁ ବାହାରି ବେଳେ ସିଟି ଆଣ୍ଡ ଜିଏସଟି ଟିମ୍ ମାଡ଼ି ବସିଥିଲେ।  ବାଣୀବିହାରରେ ଥିବା ସିଟି ଆଣ୍ଡ ଜିଏସଟି  ଅଫିସକୁ ନେଇ ପଚରାଉଚରା କରାଯାଇଥିଲା। ୨୦କେଜି ସୁନାରୁ ୧୬କେଜି ସୁନାର ହିସାବ ଆପାତତ ଠିକ୍ ଥିବା ବେଳେ ୪କେଜି ସୁନାର ହିସାବ ମେଳ ଖାଇନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking