28.1 C
Bhubaneswar
Thursday, September 19, 2024
Homeଓଡିଶାରାଜ୍ୟରେ ୫ ହଜାରରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ

ରାଜ୍ୟରେ ୫ ହଜାରରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୫ ହଜାରରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମ୍ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି । ବିଭିନ୍ନ ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବାବେଳେ ଶ୍ରୀ ମିଶ୍ର ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ବାର୍ଡ଼ ଫ୍ଲୁ ପାଇଁ ସରକାରଙ୍କ ତରଫରୁ ସବୁ ଜିଲ୍ଲା ଉପରେ ନଜର ରଖାଯାଇଛି । ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲାର ସମୀକ୍ଷା ସରିଯାଇଛି । ଏବେ କଟକ ଏବଂ ଯାଜପୁର ଜିଲ୍ଲାରେ ଯାଞ୍ଚ ଜାରି ରହିଛି । ସ୍ୱାବ ଟେଷ୍ଟିଂ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ରିପୋର୍ଟ ଆସିନାହିଁ । ସବୁ ରିପୋର୍ଟ ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ମଣିଷ ଦେହରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ମଙ୍କିପକ୍ସକୁ ନେଇ ଆଡଭାଇଜରି ଜାରି କରାଯାଇଥିଲା । ଏହା ପରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ଆମେ ନିର୍ଦ୍ଦେଶ ଦେଇଥିଲୁ । ବିମାନବନ୍ଦର ଉପରେ ମଧ୍ୟ ନଜର ରଖାଯାଇଛି । ଆବଶ୍ୟକ ପଡ଼ିଲେ ଆଇସୋଲେସନ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଅପରପକ୍ଷେ ସ୍କ୍ରବ୍ ଟାଇପସ୍ ନେଇ ଶ୍ରୀ ମିଶ୍ର କହିଛନ୍ତି ଯେ ବରଗଡ଼ ଜିଲ୍ଲାରୁ ମୃତ ୪ ଜଣ ସ୍କ୍ରବ ଟାଇପସ୍ ଦ୍ୱାରା ହୋଇଥିବା ସନ୍ଦେହ କରାଯାଉଛି । ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟ ହୋଇଥିବା ବେଳେ ଚତୁର୍ଥ ବ୍ୟକ୍ତି ବରଗଡ଼ର ଯାହାଙ୍କର ରାଜ୍ୟ ବାହାରେ ମୃତ୍ୟୁ ହୋଇଛି । ୩ଟି ଅଲଗା ଅଲଗା ସ୍ଥାନରୁ କେସ୍ ଆସିଥିଲା । ତାଙ୍କ ଗାଁକୁ ଟିମ୍ ପଠାଯାଇଛି । ଆଉ କେହି ଆଖପାଖ ଅଞ୍ଚଳରେ ସଂକ୍ରମିତ ଅଛନ୍ତି କି ତାହା ଅନୁଧ୍ୟାନ କରାଯିବ । ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କାହାରିକୁ ହୋଇଛି କି ନାହିଁ ତାହା ପରୀକ୍ଷା କରାଯିବ । ଗତ ମାସରେ ୨୦ ଟେଷ୍ଟ ହୋଇଥିଲା ଯେଉଁଥିରୁ ୩ ଜଣ ସଂକ୍ରମିତ ହୋଇଥିଲେ । ଯଦିଓ ଏହା ମହାମାରୀ ନୁହେଁ କିନ୍ତୁ ସାବଧାନ ନ ହେଲେ ବିପଦ । ଏଲିସା ମେଥଡରେ ଏହାକୁ ଚିହ୍ନଟ କରାଯାଇପାରିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ପରୀକ୍ଷା କରାଯାଉଛି । ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ଜଙ୍ଗଲିଆ ଅଞ୍ଚଳରେ ବୁଲାବୁଲି ସମୟରେ ଏକ୍ସପୋଜ ହେଉଥିବା ଜାଗାକୁ କୀଟ କମୁଡ଼ିଥାନ୍ତି । କୀଟ କାମୁଡିବା ପରେ ନାଲି ଚିହ୍ନ ଦେଖାଯିବ । ଏହାପରେ ଦେହରେ ଜ୍ୱର ରହିବ । ଗୋଡ଼ ହାତରେ ଯଦି କାମୁଡ଼ା ଚିହ୍ନ ରହିଛି, ଯଦି ତାହା କୁଣ୍ଡେଇ ହେଉଛି କିମ୍ବା ଫୁଲିଯାଉଛି ତେବେ ତାହାକୁ ଡାକ୍ତରଖାନାରେ ଏହାକୁ ଆସି ତୁରନ୍ତ ଚିକିତ୍ସା କରନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking