28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକୋଲକାତା ଟ୍ରାଜେଡି; ଧାରଣା ସ୍ଥଳରୁ ସନ୍ଦିଗ୍ଧ ବ୍ୟାଗ୍ ଠାବ, ବୋମା ଥିବା ସନ୍ଦେହ

କୋଲକାତା ଟ୍ରାଜେଡି; ଧାରଣା ସ୍ଥଳରୁ ସନ୍ଦିଗ୍ଧ ବ୍ୟାଗ୍ ଠାବ, ବୋମା ଥିବା ସନ୍ଦେହ

କୋଲକାତା : କୋଲକାତା ଆରଜି କର ମେଡିକାଲ ଏବଂ ହସ୍ପିଟାଲରେ ଚଳିତବର୍ଷ ଅଗଷ୍ଟ ୯ରେ ଜଣେ ୩୨ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । କୋଲକାତାରେ ଏପର୍ଯ୍ୟନ୍ତ ଜୁନିଅର ଡାକ୍ତରଙ୍କ ପ୍ରତିବାଦ, ବିକ୍ଷୋଭ ଜାରି ରହିଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଏହି ମାମଲାରେ ବ୍ୟାପକ ତଦନ୍ତ, ଚଢ଼ଉ ପ୍ରକ୍ରିୟା ଜାରି ରଖିଛି । ଏସବୁ ମଧ୍ୟରେ ଆରଜି କର ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ପରିସରରୁ ଗୁରୁବାର ଏକ ସନ୍ଦିଗ୍ଧ ବ୍ୟାଗ୍ ଜବତ କରାଯାଇଛି । ଯାହାକୁ ନେଇ ଏବେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରକାଶ, ଏହି ବ୍ୟାଗ୍‌ଟି ଆନ୍ଦୋଳନକାରୀ ଜୁନିଅର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ପାଇଁ ତିଆରି କରାଯାଇଥିବା ମଞ୍ଚ ନିକଟରୁ ମିଳିଛି । ତେବେ ଏଠାରେ ଏକ ସନ୍ଦିଗ୍ଧ ଅବସ୍ଥାରେ ଥିବା ବ୍ୟାଗ୍ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୁଲିସ ଓ ବୋମା ନିଷ୍କ୍ରିୟ ଦଳ ତତ୍ପର ହୋଇପଡିଛନ୍ତି । ରିପୋର୍ଟ ଲେଖାହେବା ସୁଦ୍ଧା ବ୍ୟାଗ ଭିତରେ କ’ଣ ଅଛି ସେନେଇ ସ୍ପଷ୍ଟ ହୋଇନାହିଁ । ତେବେ ଏଥିରେ ବୋମା ଥିବା ଆଶଙ୍କାରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି । ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜୁନିଅର ଡାକ୍ତରମାନେ କରୁଥିବା ବିକ୍ଷୋଭ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଅଫିସ ସାମ୍ନାରେ ଚାଲିଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଭବନ ବାହାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ସହ ଜୁନିୟର ଡାକ୍ତରମାନଙ୍କ ଆଲୋଚନା ପ୍ରୟାସ ମଧ୍ୟ ବିଫଳ ହୋଇଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଗତ ୩ଦିନରେ ୩ଥର ବୈଠକ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ କୌଣସି ଆଲୋଚନା ହେବନାହିଁ ଏବଂ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଜୁନିଅର ଡାକ୍ତର ସଂଘ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking