28.4 C
Bhubaneswar
Tuesday, June 23, 2026
Homeଦେଶ ବିଦେଶଆଳୁ ବାକ୍ସ ଭିତରୁ ବାହାରିଲା ଅଜଗର

ଆଳୁ ବାକ୍ସ ଭିତରୁ ବାହାରିଲା ଅଜଗର

ମୁମ୍ବାଇ : ଆଳୁ ବାକ୍ସ ଭିତରୁ ବାହାରିଲା ଅଜଗର । ମହାରାଷ୍ଟ୍ରର ଚନ୍ଦ୍ରପୁରର ଏକ ହୋଟେଲରେ ଆତଙ୍କ ଖେଳିଗଲା ଯେତେବେଳେ ମଙ୍ଗଳବାର ଏକ ଆଳୁ ବାକ୍ସ ଭିତରେ ୮ ଫୁଟ ଲମ୍ବର ଅଜଗର ମିଳିଥିଲା। ଚନ୍ଦ୍ରପୁର ନିକଟ ଲୋହରାର ହୋଟେଲରେ ରଖାଯାଇଥିବା ପନିପରିବା ବାକ୍ସ ଭିତରେ ଏହି ବିରାଟ ସରୀସୃପ ଦେଖିବାକୁ ମିଳିଥିଲା। ଚନ୍ଦ୍ରପୁର ନିକଟ ଲୋହରାର ଏକ ହୋଟେଲରେ ରଖାଯାଇଥିବା ଆଳୁ ବାକ୍ସ ଭିତରେ ଏହି ବିରାଟ ସାପଟିକୁ ଦେଖି ଲୋକ ଭୟଭୀତ ହୋଇ ଯାଇଥିଲେ। ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ସାପଟି ଆଳୁ ଉପରେ ଗୁଡ଼େଇ ହୋଇ ଶୋଇରହିଛି। ହୋଟେଲ କର୍ମଚାରୀ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣେ ଆଳୁ ଆଣିବାକୁ ଯାଇଥିବା ବେଳେ ସାପଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ। ସେ ଆଳୁ କାଢ଼ିବାକୁ ବାକ୍ସ ଖୋଲିବାରୁ ଏକ ବିରାଟକାୟ ସାପ ଜାକିଜୁକି ହୋଇ ସେଠାରେ ଶୋଇଥିବାର ଦେଖିବାକୁ ପାଇଥିଲେ। ସାପଟିକୁ ଦେଖିବା ପରେ ଅନେକ କର୍ମଚାରୀ ଭୟରେ ହୋଟେଲ୍‌ ଛାଡ଼ି ‌ଦୌଡ଼ି ପଳାଇଥିବା ବେଳେ ବାକ୍ସରେ ସାପ ଥିବା ଖବର ତତ୍‌କ୍ଷଣାତ୍‌ ହୋଟେଲ ଏବଂ ପୂରା ଅଞ୍ଚଳରେ ବ୍ୟାପିଗଲା। ହୋଟେଲ ମାଲିକ ଏ ସଂପର୍କରେ ତୁରନ୍ତ ସ୍ଥାନୀୟ ସାପ ଧରାଳିଙ୍କୁ ସୂଚନା ଦେଇଥିଲେ। ଯିଏ ଆସିବା ପରେ ସାପକୁ ଆଳୁ ବାକ୍ସରୁ କାଢ଼ି ଏକ ଅଖା ଭିତରକୁ ନେଇ ଯାଇଥିଲେ। ଶନିବାର ଦିନ ଲକ୍ଷ୍ନୌର ଏକ ପାୱାର ହାଉସରେ ଏକ ବିଶାଳ ଅଜଗର ଅଟକି ରହିଥିବାର ଦେଖିବାକୁ ମିଳିଥିବା ବେଳେ ଏହାର ମାତ୍ର ୨ ଦିନ ପରେ ଏହି ଘଟଣା ଘଟିଛି। ଅଜଗର ଉଦ୍ଧାର କରିବା ପାଇଁ ଅଧିକାରୀମାନଙ୍କୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ପଡିଥିଲା। ବିଦ୍ୟୁତ୍ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ସାପକୁ ସେଠାରୁ ହଟାଇବା ପାଇଁ ଉଦ୍ଧାର କାର୍ଯ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking