28.4 C
Bhubaneswar
Tuesday, June 23, 2026
Homeଓଡିଶାଚାଷୀକୁଳ ପାଇଁ କାଳ ହେଲାଣି ବୁଲା ଷଣ୍ଢଦଳ

ଚାଷୀକୁଳ ପାଇଁ କାଳ ହେଲାଣି ବୁଲା ଷଣ୍ଢଦଳ

ଯାଜପୁର : ବର୍ତମାନ ଆଧୁନିକ ପ୍ରଣାଳୀ ଚାଷ କରା ଯାଇଚି ଟ୍ରାକ୍ଟର ଓ ଯନ୍ତ୍ର ପlତୀ ସାହାର୍ଯ୍ୟ ରେ ଚାଷ କାରା ଯାଇଚି ହଳ ବଳଦ ଚାଷ ବିଲୋପ ହେଵlକୁ ବସିଲାଣି l ଅଣ୍ଡିରା ବାଛୁରୀ ଗୁଡ଼ିକୁ ଷଣ୍ଢ କରି ଦେବା ଫଳ ରେ ଷଣ୍ଢ ଙ୍କ ସଂଖ୍ୟା ଆସାସିତ ଭବ ରେ ବୃଦ୍ଧି ପାଉଛି l
ସୁକିନ୍ଦା ତହସିଲ ବିଭିନ୍ନ ପଞ୍ଚାୟତରେ ଏବେ ବୁଲା ଷଣ୍ଢଙ୍କର ଦୌରାତ୍ମ୍ୟ ଚାଷୀକୁଳ ପାଇଁ ଚିନ୍ତାର କାରଣ ହୋଇଛି। ଦଳଦଳ ହୋଇ ବୁଲୁଥିବା ଏହି ଷଣ୍ଢଦଳ ବିଲବାଡ଼ି ଫସଲ ଓ ଧାନକ୍ଷେତ ଉଜାଡ଼ି ଦେଉଥିବା ସାଧାରଣରେ ଅଭି‌ଯୋଗ ହୋଇଛି। କାଳିଆପାଣି ଥାନା କାଙ୍କଡ଼ପାଳ ମୌଜାରେ ଏହି ସପ୍ତାହ ୧୫ ରୁ ୨୦ ଟିକିଆ ବୁଲା ଷଣ୍ଢପଲ ଏହି ଗାଁର ଚାଷୀ ଧାନକ୍ଷେତରେ ପଶି ମନଇଛା ଖାଇବା ସହ ଦଳିଚକଟି ନଷ୍ଟ କରିଥିବା ଦେଖାଯାଇଛି। ଏପରିକି ପେଟ ଭରି ଖାଇସାରିବା ପରେ ଷଣ୍ଢପଲ ସେହି କ୍ଷେତରେ ରାତିସାରା ଶୋଇରହି ପାକୁଳି କରୁଥିବାର ଦୃଶ୍ୟ ସାଧାରଣ ଚାଷୀକୁଳ ମହଲରେ ଆଲୋଡ଼ନର କାରଣ ହୋଇଛି। ପୂର୍ଣ୍ଣ ବୟସ୍କ ହୃଷ୍ଟପୁଷ୍ଟ ଷଣ୍ଢମାନେ ରାସ୍ତାକଡ଼ କ୍ଷେତକୁ ଲାଗି ଦିଆଯାଇଥିବା ବାଡ଼କୁ ଶିଙ୍ଗ ଓ ମୁହଁ ପୂରାଇ ଠେଲିଦେଇ ଅନାୟାସରେ ବିଲକୁ ପଶି କ୍ଷତି କରୁଥିବା କୁହାଯାଉଛି।
ଏବେ ଗାଁଗହଳିରେ ଚାଷବାସ କ୍ଷେତ୍ରରେ ବଳଦର ବ୍ୟବହାର ଅ‌ହେତୁକ ଭାବେ ହ୍ରାସ ପାଉଥିବା ସହିତ ସ୍ଥଳେ ଗୋରୁ ହାଟରେ ଆଉ ପୂର୍ବଭଳି ବଳଦ ବିକ୍ରି ହେଉନଥିବା ଜଣାପଡ଼ିଛି। ଏଣୁ ଚାଷୀକୁଳ ପକ୍ଷରୁ ଅଣ୍ଡିରା ବାଛୁରୀ ପ୍ରତି ଆଦର ହ୍ରାସ ପାଇବାରେ ଲାଗିଛି। ପାରମ୍ପରିକ ବାଛୁରୀ ଧରା(ବନ୍ଧ୍ୟାକରଣ) କିମ୍ବା ଦାମୁଡ଼ି ମହଣ(ହଳ ଜୁଆଳିରେ ବାନ୍ଧି ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା) ଭଳି ଦୃଶ୍ୟ ଆଉ ସାଧାରଣରେ ଦେଖିବାକୁ ମିଳୁନାହିଁ। ଏହାର ପ୍ରଭାବ ପ୍ରତ୍ୟେକ ଗୁହାଳ ଓ ଗାଁ ଗୋରୁପଲ ଉପରେ ପଡ଼ୁଛି। ଚାଷଫଳରେ ବୁଲାଷଣ୍ଢ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ଦେଖାଯାଉଛି। ସେହିପରି ବୃଦ୍ଧ ଓ ରୋଗଗ୍ରସ୍ତ ଷଣ୍ଢମାନଙ୍କ ଦାୟିତ୍ବ ଓ ସେମାନଙ୍କ ଚିକିତ୍ସା ପ୍ରତି ସାଧାରଣରେ ଅନାଗ୍ରହ ପରିଲକ୍ଷିତ ହେଉଛି। ଫାଟୁଆ ରୋଗରେ ସଂକ୍ରମିତ ଥାଇ ଅତ୍ୟନ୍ତ ଦୟନୀୟ ଭାବେ ପଡ଼ିଉଠି ବୁଲୁଥିବା ଏକାଧିକ ଷଣ୍ଢର ପାଟି ଓ ଖୁରା ଘାଆର ଦୁର୍ଗନ୍ଧ‌ରେ ନାକ ଫାଟି ପଡ଼ୁଛି। ବୁଲାଷଣ୍ଢ ସମସ୍ୟା ଦିନକୁ ଦିନ ସମସ୍ୟା ବଢୁଛି ଓ ଗୋ ସମ୍ପଦ ପ୍ରତି ବିପଦ ଦେଖା ଯାଉଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking