20.1 C
Bhubaneswar
Thursday, February 12, 2026
Homeଓଡିଶାଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ

ଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ

ଭୁବନେଶ୍ବର: ଆଜି ୱାର୍ଲଡ ସୁଇସାଇଡ ପ୍ରିଭେନ୍ସନ ଡେ ବା ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ। ଚଳିତବର୍ଷର ଥିମ୍ ରହିଛି ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବେଶୀ ଦେଖିବାକୁ ମିଳୁଛି । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏହାକୁ କିପରି ରୋକିବେ ସେନେଇ ବିଭିନ୍ନ ଉଦ୍ୟମ କରାଯାଉଛି । ଏହି ଆତ୍ମହତ୍ୟା ପ୍ରବଣତା ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୩ ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାହୋଇଆସୁଛି । ସେପଟେ ଗତ ୧୦ ବର୍ଷ ଭିତରେ ଭାରତରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପୁରା ବିଶ୍ବର ୧୭ ପ୍ରତିଶତ ଆତ୍ମହତ୍ୟା କେବଳ ଭାରତରେ ହୋଇଛି । ସେଥିପାଇଁ ଭାରତକୁ ଏବେ ପୁରା ବିଶ୍ବର ଆତ୍ମହତ୍ୟାର ରାଜଧାନୀ ବୋଲି କୁହାଯାଉଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ୨୦୨୨ ରିପୋର୍ଟ କହୁଛି, ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଆତ୍ମହତ୍ୟାର ହାର ୧୨.୪ ପ୍ରତିଶତ । ଦେଶର ମୋଟ ଆତ୍ମହତ୍ୟା ମଧ୍ୟରୁ ୩.୬ ପ୍ରତିଶତ କେବଳ ଓଡିଶାରେ ଘଟୁଛି। ଓଡିଶାରେ ୨୦୨୨ ମସିହାରେ ୬୧୪୦ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୯୯୦ ଜଣ ମହିଳା ଆତ୍ମହତ୍ୟା କରିଥିବା ବେଳେ ୨୧୫୦ ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି। ଓଡ଼ିଶାରେ ପ୍ରତି ୧ ଲକ୍ଷ ଲୋକରେ ୧୩.୩ ଜଣ ଆତ୍ମହତ୍ୟା କରୁଥିବା ବେଳେ ଏହା ଜାତୀୟ ହାର ୧୨.୪ ଠାରୁ ଅଧିକ। ପୂର୍ବବର୍ଷ ତୁଳନାରେ ୨୦୨୨ରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ୮.୭ ପ୍ରତିଶତ ବୃଦ୍ଧି ପାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking