27.9 C
Bhubaneswar
Saturday, April 11, 2026
Homeଓଡିଶାବାର୍ଡ ଫ୍ଲୁ ସମୀକ୍ଷା ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ବାର୍ଡ ଫ୍ଲୁ ସମୀକ୍ଷା ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ରାଜ୍ୟରେ କଣ ରହିଛି ସ୍ଥିତି ଯାଞ୍ଚ ପାଇଁ ଆଜି କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସି ବାର୍ଡ ଫ୍ଲୁ ଅଞ୍ଚଳରେ ସମୀକ୍ଷା କରିବେ । ଏହି ବିଶେଷଜ୍ଞ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ, ପିପିଲି, ନିମାପଡା ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଯାଞ୍ଚ କରିବେ । ଯେଉଁ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଛି ସେହି ସ୍ଥାନକୁ ଯାଇ ଆଲୋଚନା କରିବା ସହ କେନ୍ଦ୍ରକୁ ରିପୋର୍ଟ ଦେବେ । ଭାରତ ସରକାରଙ୍କର ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ଏହି ରୋଗର ନିୟନ୍ତ୍ରଣ ତଥା ନିରାକରଣ ପାଇଁ ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ପାଇଁ ନିଶ୍ଚିତ କରିଛନ୍ତି । ପରବର୍ତ୍ତୀ ତଦାରଖ ପାଇଁ ଏକ କେନ୍ଦ୍ରୀୟ ଦଳ ଖୁବଶୀଘ୍ର ରାଜ୍ୟକୁ ୪ ଓ ୫ ତାରିଖ ରେ ପରିଦର୍ଶନ କରିବେ । ସମସ୍ତ ବ୍ୟବସାୟିକ କୁକୁଡ଼ା ଫାର୍ମ ଗୁଡିକର ପଞ୍ଜୀକରଣ ଏବଂ ଅବସ୍ଥିତିର ସଠିକ ତଥ୍ୟ ସଂଗ୍ରହ କରାଯିବ । ଏହାସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହ ଉତ୍ତମ ସମନ୍ଵୟ ରକ୍ଷା ପାଇଁ ପରାମର୍ଶ ଦେଇଛନ୍ତି ଭାରତ ସରକାରଙ୍କର ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟ।ଆସନ୍ତାକାଲି(ଗୁରୁବାର) ମଧ୍ୟ ସ୍ଥିତି ସମୀକ୍ଷା କରିବେ । ରାଜ୍ୟରେ କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଏବଂ ଡେଲାଙ୍ଗ ବ୍ଲକର ୪ ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ୟ୍ୟ ଯୋଜନା ଅନୁଯାୟୀ, ଏହି ରୋଗର ନିୟନ୍ତ୍ରଣ ଏବଂ ନିରାକରଣ କାର୍ୟ୍ୟକ୍ରମ ଚାଲୁଛି। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ାଗୁଡିକୁ ମରାଯାଇଥିବାବେଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି” ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।
“ବାର୍ଡ ଫ୍ଲୁ ରୋଗ ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ କୁକୁଡ଼ା ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ୟ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ୩୫ ହଜାର ୩୨୯ ଟି କୁକୁଡ଼ା ମରାଯାଇଥିବା ବେଳେ ୮୪ଟି ଅଣ୍ଡା ଏବଂ ୧୫ ହଜାର ୩୮୦ କିଲୋଗ୍ରାମ କୁକୁଡ଼ା ଦାନା ନଷ୍ଟ କରାଯାଇଅଛି। ଏପର୍ୟ୍ୟନ୍ତ ୧୦ ଲକ୍ଷ ୯୪ ହଜାର ୫୭୨ ଟଙ୍କା କ୍ଷତିପୂରଣ ଅର୍ଥ ଭାବରେ କୃଷକମାନଙ୍କୁ ପ୍ରଦାନ କରାଯାଇଛି” ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking