26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶନୂଆ ବିଧେୟକ ଆଣିବେ ମମତା; ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ

ନୂଆ ବିଧେୟକ ଆଣିବେ ମମତା; ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ । କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ବିଧାନ ବ୍ୟବସ୍ଥା ରଖାଯିବ । ଆସନ୍ତା ୭ ଦିନ ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ବିଲ୍ ଆଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

ଏହା ପରେ ବିଲ୍‌କୁ ଅନୁମୋଦନ ପାଇଁ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ନିକଟକୁ ପଠାଯିବ । ହେଲେ ରାଜ୍ୟପାଳ ବିଲ୍‌କୁ ଅନୁମୋଦନ ଦେବେ କି ନାହିଁ ତାହା ବି ସନ୍ଦେହରେ ରହିଛି ବୋଲି ମମତା କହିଛନ୍ତି । ମମତା କହିଛନ୍ତି, ଯଦି ରାଜ୍ୟପାଳ ଅନୁମୋଦନ ନ କରନ୍ତି ତାହେଲେ ଆମେ ରାଜଭବନ ଆଗରେ ଧାରଣା ଦେବୁ । ଏହି ବିଧେୟକ ନିହାତି ଭାବେ ଅନୁମୋଦନ ହେବା ଜରୁରୀ ଏବଂ ରାଜ୍ୟପାଳ ତାଙ୍କ ଦାୟିତ୍ୱରୁ ମୁକୁଳିପାରିବେ ନାହିଁ । କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବ୍ୟାକଫୁଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏଭଳି ଘୋଷଣା କରିଛନ୍ତି ।

ଆଜି ଦଳର ଛାତ୍ର ସଂଗଠନର ପ୍ରତିଷ୍ଠା ଦିବସକୁ ମଧ୍ୟ ମମତା କୋଲକାତା ପୀଡ଼ିତଙ୍କ ପାଇଁ ଉତ୍ସର୍ଗ କରିଛନ୍ତି । ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ରାଜ୍ୟ ସରକାର ଆସନ୍ତା ସପ୍ତାହରେ ଦୁଷ୍କର୍ମୀକୁ ଫାଶୀ ଦେବା ପାଇଁ ଗୋଟିଏ ଆଇନ ପ୍ରଣୟନ କରିବେ । କୋଲକାତା ହରରକୁ ନେଇ ବିଜେପି ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ମଧ୍ୟ ମମତା ସମାଲୋଚନା କରିଛନ୍ତି । ବିଜେପି ନ୍ୟାୟ ଚାହୁଁ ନାହିଁ । ସେମାନେ କେବଳ ବେଙ୍ଗଲକୁ ବଦନାମ କରିବାକୁ ଚାହୁଁଥିବା ମମତା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking