29.1 C
Bhubaneswar
Saturday, May 9, 2026
Homeଓଡିଶାହୀରାକୁଦ ବନ୍ଧର ୨୦ ଫାଟକ ଖୋଲା

ହୀରାକୁଦ ବନ୍ଧର ୨୦ ଫାଟକ ଖୋଲା

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ହୀରାକୁଦ, ବଢୁଛି ଜଳସ୍ତର। ବର୍ତ୍ତମାନ ହୀରାକୁଦ ବନ୍ଧର ୨୦ଟି ଫାଟକ ଦେଇ ଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୦ ହଜାର ୩୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ଲକ୍ଷ ୫୪ ହଜାର ୫୧୧ ଘନଫୁଟ ଜଳ ନିଷ୍କାସିତ ହେଉଛି।

ଏବେ ହୀରାକୁଦ ଜଳସ୍ତର ୬୨୧.୭୭ ଘନଫୁଟ୍‌ ରହିଛି। ମୁଖ୍ୟବନ୍ଧରୁ ୩,୧୬,୩୬୦ ଘନଫୁଟ, ପାୱାର ଚେନାଲରେ ୩୪,୭୪୪ ଘନଫୁଟ, ଶିଳ୍ପ ବ୍ୟବହାର ପାଇଁ ୨୭୭ ଘନଫୁଟ ଏବଂ କେନାଲରେ ୩,୧୧୪ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ଆଜି ଖଇରମାଲ ଷ୍ଟେସନରେ ୩,୬୦,୦୦୦ ଘନଫୁଟ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳରେ ୨,୫୫,୦୦୦ ଓ ମୁଣ୍ଡୁଳିରେ ୨,୧୭,୧୫୨ ଘନଫୁଟ ଜଳ ପ୍ରବାହିତ ହେଉଛି। ତେବେ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମ୍‌ର ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking