16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ,୧୪ ଜଣଙ୍କ ମୃତ୍ୟୁ

ଔଷଧ ତିଆରି କମ୍ପାନୀରେ ବିସ୍ଫୋରଣ,୧୪ ଜଣଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଏସେନ୍ସିଆ ଔଷଧ ତିଆରି କମ୍ପାନୀ ବିସ୍ଫୋରଣ ଘଟଣାରେ ୧୪ ଜଣଙ୍କ ମୃତ୍ୟୁ । ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ଏଯାବତ୍ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଏନେଇ ଅନାକାପଲ୍ଲେ ଏସପି ଦୀପିକା ପାଟିଲ ସୂଚନା ଦେଇଛନ୍ତି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଥିବା ଏସପି କହିଛନ୍ତି ।

ସେ କହିଛନ୍ତି ଯେ, ବିଲ୍ଡିଂ ଥିବା ରିଆକ୍ଟର ସାଇଟରେ ବିସ୍ଫୋରଣ ଘଟିଛି । କିନ୍ତୁ ରିଆକ୍ଟର କାରଣରୁ ଯେ ବିସ୍ଫୋରଣ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ କି ପ୍ରକୃତରେ ଅଗ୍ନିକାଣ୍ଡର କାରଣ କଣ ଜଣାପଡିନାହିଁ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବା ଏସପି ପାଟିଲ କହିଛନ୍ତି । ସେପଟେ ଆହତମାନଙ୍କୁ ଅନାକାପଲ୍ଲେ ଏନଟିଆର ହସ୍ପିଟାଲ ଏବଂ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏବଂ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି ।

ସୂଚନାଯୋଗ୍ୟ, ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶ ଅଚ୍ୟୁତପୁରମ ସ୍ପେଶାଲ ଇକୋନୋମିକ ଜୋନରେ ଥିବା ଏସେନ୍ସିଆ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟିଥିଲା । ପ୍ରାଥମିକ ପର୍ଯ୍ୟାୟରେ ରିଆକ୍ଟର ଫାଟି ବିସ୍ଫୋରଣ ଘଟିଥିବା କୁହାଯାଉଥିଲା । କିନ୍ତୁ ବାସ୍ତବରେ କେଉଁ କାଣରୁ ବିସ୍ଫୋରଣ ଘଟିଛି, ତାହା ଜଣାପଡି ନାହିଁ । ଏକାଧିକ ଲୋକ ବିଲ୍ଡିଂରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking