34.9 C
Bhubaneswar
Monday, April 6, 2026
Homeଦେଶ ବିଦେଶରାକ୍ଷୀ ପୂର୍ଣ୍ଣିମାରେ ବାପ ଘରକୁ ଯିବାକୁ ଚାହୁଁଥିଲେ ପତ୍ନୀ, ନାକ କାଟିଦେଲା ସ୍ୱାମୀ

ରାକ୍ଷୀ ପୂର୍ଣ୍ଣିମାରେ ବାପ ଘରକୁ ଯିବାକୁ ଚାହୁଁଥିଲେ ପତ୍ନୀ, ନାକ କାଟିଦେଲା ସ୍ୱାମୀ

ଲକ୍ଷ୍ନୌ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥାଏ। ବଦଳରେ ଭାଇ ମଧ୍ୟ ତା’ର ଭଉଣୀକୁ ରକ୍ଷା କରିବାର ପ୍ରତିଶ୍ରୁତି ଦିଏ। ଭାଇ ହାତରେ ରାକ୍ଷୀଟିଏ ବାନ୍ଧିବା ଲାଗି ଭଉଣୀ ବର୍ଷ ସାରା ଅପେକ୍ଷା କରି ରହିଥାଏ ଆଜିର ଦିନକୁ। ଖାସ୍‌ ଭାଇ ହାତରେ ଏହି ସ୍ନେହର ଡୋରି ବାନ୍ଧିବା ପାଇଁ ଶାଶୁ ଘରୁ ବାପ ଘରକୁ ଆସନ୍ତି ଭଉଣୀ। ତେବେ ବାପ ଘରକୁ ଯାଇ ଭାଇ ହାତରେ ରାକ୍ଷୀ ବାନ୍ଧିକାକୁ ଚାହୁଁଥିବା ଜଣେ ଭଉଣୀ ସହ ଘଟିଛି ଅଘଟଣ।

ରାଗି ଯାଇ ତା’ ସ୍ୱାମୀ ନାକ କାଟି ଦେଇଛି। ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ଉତ୍ତରପ୍ରଦେଶର ହରଦୋଇ। କୋଟଓ୍ୱାଲି ଗାଁର ପୁରଭା ନିବାସୀ ଅନୀତା ସୋମବାର ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବାପ ଘରକୁ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେ ଜିଦ୍‌ ଧରି ବସିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ରାହୁଲ ଏଥିରେ ରାଜି ନଥିଲେ। ସେ ତାଙ୍କୁ ବାରମ୍ବାର ମନା କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଦେଖୁ ଦେଖୁ ଏହି ଝଗଡ଼ା ବଢ଼ିବାଗି ଲାଗିଥିଲା। ପରେ ସ୍ୱାମୀ ରାହୁଲ ରାଗି ଯାଇ ଏକ ଧାରୁଆ ଅସ୍ତ୍ରରେ ଅନୀତାଙ୍କ ନାକ କାଟି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking