30.1 C
Bhubaneswar
Monday, November 9, 2026
Homeଓଡିଶାଆତ୍ମସମର୍ପଣ କଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ

ଆତ୍ମସମର୍ପଣ କଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ

ରାୟଗଡ଼ା : ୧୬ ବର୍ଷ ତଳର ହତ୍ୟା ମାମଲାରେ ବଡ଼ ଘଟଣା। ବହୁଚର୍ଚ୍ଚିତ ମାଗିରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ଆତ୍ମସମର୍ପଣ କଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ୪ ଅଭିଯୁକ୍ତ। ରାୟଗଡ଼ା SDJM କୋର୍ଟରେ କଲେ ଆତ୍ମସମର୍ପଣ। ସୁପ୍ରିମକୋର୍ଟଙ୍କ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛନ୍ତି ଅଭିଯୁକ୍ତମାନେ।୨୦୧୦ ମସିହାର ବହୁଚର୍ଚ୍ଚିତ ମାଗିରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ନୂଆ ମୋଡ଼। ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ୪ ଜଣ ଅଭିଯୁକ୍ତ। ଏହି ହତ୍ୟା ମାମଲାରେ ମୋଟ ୫ ଜଣ ଅଭିଯୁକ୍ତ ଥିବାବେଳେ ସମସ୍ତଙ୍କ ଆଗୁଆ ଜାମିନକୁ ପ୍ରତିପକ୍ଷ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

 ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଅଭିଯୁକ୍ତଙ୍କୁ ୧୫ ଦିନ ମଧ୍ୟରେ ସମ୍ପୃକ୍ତ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ୪ ଜଣ ଅଭିଯୁକ୍ତ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଉପରେ ଏବେ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking