ମୟୂରଭଞ୍ଜ : ସ୍ୱାମୀ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ୧୨ ନମ୍ବର ୱାର୍ଡ ଅଞ୍ଚଳରେ । ପାରିବାରିକ କଳହକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି । ମୃତ ମହିଳା ଜଣଙ୍କ ହେଲେ ଯମୁନା ସିଂ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।










