32.1 C
Bhubaneswar
Thursday, April 30, 2026
Homeଓଡିଶାସ୍ୱାଧୀନତା ଦିବସ : ପରେଡ କଲାବେଳେ ଅସୁସ୍ଥ ହେଲେ ୫ ଛାତ୍ରୀ

ସ୍ୱାଧୀନତା ଦିବସ : ପରେଡ କଲାବେଳେ ଅସୁସ୍ଥ ହେଲେ ୫ ଛାତ୍ରୀ

କେନ୍ଦୁଝର : ପରେଡ କଲାବେଳେ ଅସୁସ୍ଥ ହୋଇ ପଡ଼ିଲେ ୫ ଜଣ ଛାତ୍ରୀ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପରେଡ ବେଳେ ଏପରି ଅଘଟଣ ଘଟିଛି। ଆହତ ଛାତ୍ରୀମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆନନ୍ଦପୁର ବ୍ରିଜ ଛକ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପାଳିତ ହେଉଥିଲା। ଏହି ପରେଡରେ ବିଭିନ୍ନ ସ୍କୁଲର ପିଲାମାନେ ଅଂଶ ଗ୍ରହଣ କରିଥିଲେ। ପରେଡ ଚାଲିଥିବା ବେଳେ ହଠାତ୍ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ି ଥିବା ଅନୁମାନ କରାଯାଉଛି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କି ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking