30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆରପାରିରେ ୟୁଟ୍ୟୁବର ପୂର୍ବତନ ସିଇଓ ସୁଜାନ ୱାଜସିସ୍କି

ଆରପାରିରେ ୟୁଟ୍ୟୁବର ପୂର୍ବତନ ସିଇଓ ସୁଜାନ ୱାଜସିସ୍କି

ନୂଆଦିଲ୍ଲୀ : ଆଖି ବୁଜିଲେ ୟୁଟ୍ୟୁବ ର ପୂର୍ବତନ ସିଇଓ ସୁଜାନ ୱାଜସିସ୍କି। ଫୁସଫୁସ କର୍କଟ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।ତାଙ୍କ ମୃତ୍ୟୁ ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ତାଙ୍କୁ ଜଣେ ଅବିଶ୍ୱସନୀୟ ବ୍ୟକ୍ତିତ୍ବ ବୋଲି ବର୍ଣ୍ଣନା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ବୟସ ହୋଇଥିଲା। ୱାଜସିସ୍କି ଗୁଗୁଲ ଇତିହାସରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଏବଂ ଇଣ୍ଟରନେଟ୍ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୨୦୧୪ ମସିହାରୁ ୨୦୨୩ ପର୍ଯ୍ୟନ୍ତ ୟୁଟ୍ୟୁବର ସିଇଓ ଥିଲେ।
ପିଚାଇ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ୱାଜସିସ୍କି ଗୁଗୁଲ ଇତିହାସରେ ସିଏ ଅଟନ୍ତି; ଯାହାଙ୍କ ବିନା ଏକ ବିଶ୍ୱକୁ କଳ୍ପନା କରିବା କଷ୍ଟକର। ” ଅତ୍ୟନ୍ତ ଦୁଃଖର ସହିତ ମୁଁ ସୁଜାନ୍ ୱାଜସିସ୍କି ଦେହାନ୍ତ ଖବର ବାଣ୍ଟୁଛି।’’ ସେହିପରି ୱାଜସିସ୍କିଙ୍କ ସ୍ବାମୀ ଡେନିସ୍‌ ଟ୍ରୋପର୍‌ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ଲେଖିଛନ୍ତି, ‘‘ମୋର ପ୍ରିୟ ପତ୍ନୀ ଏବଂ ଆମର ପାଞ୍ଚ ପିଲାଙ୍କ ମା ଦୁଇ ବର୍ଷ ପୂର୍ବେଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଆମମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି।’’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking