ଭୁବନେଶ୍ୱର: ଗଣ୍ଠି ଯନ୍ତ୍ରଣା ବୃଦ୍ଧାବସ୍ଥାର ସମସ୍ୟା ଭାବରେ ବିବେଚନା କରାଯାଏ । କିନ୍ତୁ ବର୍ତ୍ତମାନ ଏହି ସମସ୍ୟା ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । ୩୦ ରୁ ୩୫ ବର୍ଷ ବୟସର ବହୁ ସଂଖ୍ୟକ ଲୋକ ଏହି ରୋଗର ଶିକାର ହେଉଛନ୍ତି । ତେବେ ଏହି ସମସ୍ୟା ଶିଶୁ ଏବଂ କିଶୋରମାନଙ୍କଠାରେ ମଧ୍ୟ ଦେଖାଯାଏ । ଏହାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ । ବୟସ୍କମାନେ ଦିନସାରା ଲାପଟପ୍ ଏବଂ କମ୍ପ୍ୟୁଟରରେ କାମ କରୁଥିବାବେଳେ ପିଲାମାନେ ଇନଡୋର ଖେଳ ଖେଳିବା ଏବଂ ଫାଷ୍ଟଫୁଡ୍ ଅଧିକ ଖାଉଛନ୍ତି । ଏହି କାରଣରୁ ସେମାନଙ୍କର ମାଂସପେଶୀ ପିଲାଦିନେ ଦୁର୍ବଳ ହୋଇଯାଉଛି । କିନ୍ତୁ ବେଳେବେଳେ ଏହି ଯନ୍ତ୍ରଣା ଆପଣଙ୍କୁ ବିନା କାରଣରେ ଅନେକ ଦିନ ଯନ୍ତ୍ରଣା ହୋଇଥାଏ । ତେବେ ଏହା କାହିଁକି ହୁଏ ଏବଂ ଏହାର ଉପଚାର କଣ ଜାଣନ୍ତୁ । ଅର୍ଥୋପେଡିକ ଡାକ୍ତର କିଶୋର କୁମାର ପଣ୍ଡା କହିଛନ୍ତି, “ସାଧାରଣ ଭାବରେ ଦୁଇଟି ହାଡ ମିଶିଲେ ଏକ ଜଏଣ୍ଟ ହୋଇଥାଏ ।
ତେବେ ଗୋଟିଏ ଜଏଣ୍ଟରେ ଯେତେବେଳେ ଇନଫିକସେନ ହୋଇଥାଏ ବା ଜଏଣ୍ଟ ମଧ୍ୟରେ ଯେଉଁ ଫ୍ଳୁଏଡ ରହିଛି ସେଥିରେ ଯଦି ସଂକ୍ରମଣ ହୂଏ ତେବେ ଜଏଣ୍ଟ ପେନ ବା ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ । ଏହା ସହ ଜଏଣ୍ଟ ଉପରେ ଏକ କ୍ୟାଟଲେଜ ରହିଥାଏ ତେବେ ଯଦି ଏହାର ଉପରେ ପ୍ରଭାବ ପଡେ ତେବେ ଜଏଣ୍ଟ ପେନ ବା ଗଣ୍ଠି ଯନ୍ତ୍ରଣା ଭଳି ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସହ ସେ ଆହୁରି କହିଛନ୍ତି, “ବିଶେଷ ଭାବରେ ଥଣ୍ଡା ଦିନ ରେ ଅନେକ ଲୋକଙ୍କର ବାହ୍ୟ କାର୍ଯ୍ୟ କମି ଯାଇଥାଏ । ସୂର୍ଯ୍ୟ କିରଣ ଠାରୁ ମିଳୁଥିବା ଭିଟାମିନ ଆଦି ସଠିକ ଭାବରେ ମିଳେ ନାହିଁ । ଘର ମଧ୍ୟରେ ଥଣ୍ଡା ବସ୍ତ୍ର ପିନ୍ଧିକି ରହୁଥାନ୍ତି । ତେଣୁ ଏନେଇ ଜଏଣ୍ଟ ପେନ ବାହାରିବା ଆରମ୍ଭ ହୋଇଥାଏ । ଯାହା ଦ୍ୱାରା ଅନେକ ସମସ୍ୟାରେ ପଡିଥାନ୍ତି । ଏହା ସହ ମୋଟାପଣ ପାଇଁ ମଧ୍ୟ ଅତ୍ୟଧିକ ଭାବରେ ଜଏଣ୍ଟ ପେନ ହୋଇଥାଏ ବୋଲି କହିଛନ୍ତି ଡାକ୍ତର କିଶୋର କୁମାର ପଣ୍ଡା ।