31.1 C
Bhubaneswar
Friday, September 13, 2024
Homeଓଡିଶାପଶ୍ଚିମବଙ୍ଗ ଦେଲାନି ଆଳୁ, ଓଡ଼ିଶାରେ ଅଟକିଲା ଦିଦିଙ୍କ ମାଛ ଓ ଅଣ୍ଡା ଟ୍ରକ

ପଶ୍ଚିମବଙ୍ଗ ଦେଲାନି ଆଳୁ, ଓଡ଼ିଶାରେ ଅଟକିଲା ଦିଦିଙ୍କ ମାଛ ଓ ଅଣ୍ଡା ଟ୍ରକ

କଟକ: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଟ୍ରକ ଆସୁନାହିଁ । ଯେଉଁଥିପାଇଁ ଏବେ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଏହାର ପ୍ରତିବାଦରେ ଆଜି ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଖାଦ୍ୟ ଗାଡିକୁ କଟକରେ ଅଟକାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ । ମଙ୍ଗୁଳି ଛକ ନିକଟସ୍ଥ ଟାଙ୍ଗି ଟୋଲଗେଟ ନିକଟରେ କୋଲକାତାକୁ ଯାଉଥିବା ମାଛ, ଅଣ୍ଡା ଓ ବିଭିନ୍ନ ଖାଦ୍ୟ ବୋଝେଇ ଟ୍ରକ ଗୁଡିକୁ ଅଟକ ରଖାଯାଇଛି । ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିଲେ ପଶ୍ଚିମବଙ୍ଗ ଯାଉଥିବ ସବୁ ଖାଦ୍ୟ ଗାଡିକୁ ଅଟକାଇବାକୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକେ । କଟକ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏକତ୍ରିତ ହୋଇ ଜାତୀୟ ରାଜପଥ ୧୬ ମଙ୍ଗୁଳି ଛକରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିରୋଧରେ ଏମିତି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି । ସକାଳୁ କୋଲକାତା ଅଭିମୁଖେ ଯାଉଥିବା ସମସ୍ତ ଖାଦ୍ୟ ବୋଝେଇ ଭାରିଯାନକୁ ଟୋଲ ଗେଟ ପାଖରେ ଅଟକ ରଖାଯାଇଛି ।

ଓଡ଼ିଶାରେ ଆଳୁ ସଙ୍କଟ ପାଇଁ ପଶ୍ଚିମବଙ୍ଗ ସରକାରର ସାହାଯ୍ୟ ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ସମାଜିକ ସଙ୍ଗଠନମାନେ କହିଛନ୍ତି । ସାମାଜିକ ସଙ୍ଗଠନ ସଦସ୍ୟ ସସ୍ମିତା ଦାସ କହିଛନ୍ତି, ପଶ୍ଚିମବଙ୍ଗ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଯାହାଫଳରେ ଓଡ଼ିଶାରେ ବର୍ତ୍ତମାନ ଆଳୁର ଦର ଆକାଶ ଛୁଆଁ । ତେଣୁ ଆଜି ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଖାଦ୍ୟ ଗାଡିକୁ ଅଟକାଇ ପ୍ରତିବାଦ କରୁଛୁ । ମମତା ବାନାର୍ଜୀ ଯଥାଶୀଘ୍ର ଆଳୁ ଟ୍ରକ ଛାଡନ୍ତୁ । ଯଦି ସେ ଆଳୁ ଗାଡି ନ ଛାଡନ୍ତି, ତାହେଲେ ଆଗାମୀ ଦିନରେ ଓଡ଼ିଶା ଦେଇ ଯାଉଥିବା ମାଛ, ଅଣ୍ଡା, ପରିବା ଗାଡି ଛାଡିବୁ ନାହିଁ । ଆମେ ବର୍ଡରରେ ସବୁ ଖାଦ୍ୟ ଗାଡିକୁ ବନ୍ଦ କରିଦେବୁ । ଗତ କିଛି ଦିନ ହେବ ଓଡ଼ିଶା ବଜାରରେ ଘୋର ଆଳୁ ସଙ୍କଟ ଦେଖାଦେଇଛି । କେଉଁଠି ଆଳୁ ଆଦୌ ମିଳୁନଥିବା ବେଳେ ଆଉ କେଉଁଠି ଦର ଆକାଶ ଛୁଆଁ ରହିଛି । ଓଡ଼ିଆଙ୍କ ହାଣ୍ଡିଶାଳର ସବୁଠୁ ଜରୁରୀ ପରିବା ଆଳୁର ଏମିତି ସଙ୍କଟ ଯୋଗୁଁ ସାଧାରଣ ଖାଉଟି ନାନା ହଇରାଣ ହେଉଛନ୍ତି । ତେଣୁ ପଶ୍ଚିମବଙ୍ଗ ସରକାର ଯଥାଶୀଘ୍ର ଆଳୁ ଗାଡି ଛାଡିବା ଆବଶ୍ୟକ । ନହେଲେ ଆଗମୀ ଦିନରେ ଏହି ପ୍ରତିବାଦ ଆହୁରି ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ସାମାଜିକ ସଂଗଠନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking