37.8 C
Bhubaneswar
Thursday, June 4, 2026
Homeଓଡିଶାଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲି ଆସିଲା ବର

ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲି ଆସିଲା ବର

ବାଲେଶ୍ୱର: ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ପ୍ରେମିକ ପଳାଇ ଆସିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ପହଞ୍ଚି ବରକନ୍ୟାଙ୍କୁ ଆଣି ବୁଝାଶୁଝା କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସହଦେଖୁଣ୍ଟା ଥାନା ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିରରେ। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଖଡ଼ିଷୋଳ ଗ୍ରାମର ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା l ଯୁବତୀଙ୍କର ଅନ୍ୟତ୍ର ବାହାଘର ଠିକ ହେବାରୁ ଉଭୟ ବାଲେଶ୍ୱରରେ ଆସି ରହୁଥିଲେ। କନ୍ୟା ଘର ଉକ୍ତ ଯୁବକଙ୍କ ସହ ବାହାଘର ପାଇଁ ରାଜି ଥିବାବେଳେ ଯୁବକଙ୍କ ପରିବାର କୁଆଡ଼େ ରାଜି ନ ଥିଲେ l ତେବେ ଉଭୟ ପରିବାରଙ୍କ ଉପସ୍ଥିତିରେ ବୁଧବାର ମନ୍ଦିରରେ ବିବାହ ଚାଲିଥିଲା। ହଠାତ୍‌ ବରଙ୍କ ସମ୍ପର୍କୀୟମାନେ ବିବାହ ନ କରିବାକୁ ପ୍ରବର୍ତ୍ତାଇଥିଲେ। ବାହାଘର ଅଧାରୁ ବର ଉଠି ପଡ଼ିବାରୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଖବର ପାଇ ସହଦେଖୁଣ୍ଟା ଥାନା ପୋଲିସ ପହଞ୍ଚି ବରକନ୍ୟାଙ୍କୁ ଥାନାକୁ ଆଣି ଉଭୟ ପରିବାରଲୋକଙ୍କ ଉପସ୍ଥିତିରେ ବୁଝାଶୁଝା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking