28.9 C
Bhubaneswar
Sunday, June 7, 2026
Homeଓଡିଶାବିଶ୍ୱସ୍ତରୀୟ ଚମ୍ପିଆନ୍ ତାଲିକାରେ ଶୀର୍ଷରେ ରହିବେ ଓଡ଼ିଶାର କ୍ରୀଡ଼ାବିତ - ମୁଖ୍ୟମନ୍ତ୍ରୀ

ବିଶ୍ୱସ୍ତରୀୟ ଚମ୍ପିଆନ୍ ତାଲିକାରେ ଶୀର୍ଷରେ ରହିବେ ଓଡ଼ିଶାର କ୍ରୀଡ଼ାବିତ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡ଼ା କେବଳ, ମେଡାଲ, ରେକର୍ଡ କିମ୍ବା ଜୟ-ପରାଜୟ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଜୀବନରେ ଅନୁଶାସନ, ଟିମ୍ ୱାର୍କ ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଧୈର୍ଯ୍ୟ ଶିଖାଇଥାଏ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ଦୁଇଦିନିଆ ‘ଚିନ୍ତନ ଶିବିର’ର ଉଦ୍‌ଯାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି।

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ କ୍ରୀଡ଼ାର ବିକାଶ ପାଇଁ ଏକ ବଡ଼ ରୋଡ଼୍‌ମ୍ୟାପ୍ ଓ ଫ୍ରେମ୍‌ୱାର୍କ ପ୍ରସ୍ତୁତ କରିବାରେ ବିଶେଷ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ଠାରୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ବିଶେଷଜ୍ଞ, ପ୍ରଶାସକ, କ୍ରୀଡ଼ାବିତ୍ ପ୍ରମୁଖ ଯୋଗଦେଇ ଓଡ଼ିଶାରେ କ୍ରୀଡ଼ା ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସ୍ପୋର୍ଟ୍ସ ଇଭେଣ୍ଟ ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ସ୍ୱୀକୃତି ଲାଭ କରିଛି। ଆଗାମୀ ୨୦୨୮ ମସିହାରେ ଓଡ଼ିଶାରେ ବିଶ୍ୱ ଆଥ୍‌ଲେଟିକ୍ସ (World Athletics) ଏବଂ ଏସିଆନ ଇନଡୋର ଆଥ୍‌ଲେଟିକ୍ସ ଚମ୍ପିଆନସିପ୍ (Asian Indoor Athletics Championships) ଆୟୋଜନ ହେବାକୁ ଯାଉଛି। ଗତବର୍ଷ ସଫଳତାର ସହ ‘ୱାର୍ଲଡ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ୍’ ପ୍ରତିଯୋଗୀତା ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ସିଲଭର୍ ସ୍ତରର ପ୍ରତିଯୋଗୀତା ଓଡ଼ିଶାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଠପାଟଣା ଠାରେ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମଲ୍ଟି ପରପୋଜ୍ ସ୍ପୋର୍ଟସ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ
କ୍ରୀଡ଼ାର ବିକାଶ ନ ହେଲେ ଯୁବ ପ୍ରତିଭାର ବିକାଶ ଅସମ୍ଭବ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ବ୍ଲକ ସ୍ତରରେ ୪ ହଜାର କୋଟିରୁ ଅଧିକ ଟଙ୍କାର ବିନିଯୋଗରେ ଅତ୍ୟାଧୁନିକ ବହୁମୂଖୀ ଷ୍ଟାଡିଅମ ନିର୍ମାଣ କରାଯାଉଛି। ଏହା ସହିତ ‘ମୁଖ୍ୟମନ୍ତ୍ରୀ ଟ୍ରଫି’ ଜରିଆରେ ଗ୍ରାମାଞ୍ଚଳର ଉଦୀୟମାନ ପ୍ରତିଭାମାନଙ୍କୁ ଚୟନ କରାଯାଇ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ସେ କହିଛନ୍ତି ଯେ Happy coaches, Happy Athletes and Happy achievers.

ସେ ଆହୁରି କହିଛନ୍ତି ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ‘ଗ୍ରୋଥ୍ ଇଞ୍ଜିନ’ ହେବା ଲକ୍ଷ୍ୟରେ କ୍ରୀଡ଼ା କ୍ଷେତ୍ରର ଏକ ବଡ଼ ଭୂମିକା ରହିବ। ଆଗାମୀ ଦିନରେ ଓଡ଼ିଶା କେବଳ ଏକ ଉତ୍ତମ ଆୟୋଜକ ରାଜ୍ୟ ଭାବେ ନୁହେଁ, ବରଂ ବିଶ୍ୱସ୍ତରୀୟ ଚମ୍ପିଆନ୍ ତାଲିକାରେ ଓଡ଼ିଶାର କ୍ରୀଡ଼ାବିତ୍‌ମାନଙ୍କ ନାମ ରହିବା ଏକ ନିୟମିତ ଘଟଣାରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ଆଜିର ଆଲୋଚନା ଯଦିଓ ଏସି ରୁମ୍ ରେ ହେଉଛି ମାତ୍ର ଏହାର କାର୍ଯ୍ୟକାରୀ ୪୦ ଡିଗ୍ରୀ ଖରାରେ ହେବ । ବଣ ମଲ୍ଲୀ ଆଉ ବଣରେ ଫୁଟି ଝଡିଯିବ ନାହିଁ, ଏବେ ସମୟ ଆସିଛି ବଣ ମଲ୍ଲୀ ବିଶ୍ୱ ଦରବାରରେ ମହକିବ । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ , କ୍ରୀଡ଼ା ନିର୍ଦ୍ଦେଶକ ଡ଼ା ୟେଦୁଲା ବିଜୟ ଙ୍କ ସମେତ, କ୍ରୀଡ଼ା ବିଶେଷଜ୍ଞ, ପ୍ରଶାସକ ଓ କ୍ରୀଡ଼ାବିତ୍ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ ଧନ୍ୟବାଦ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking