25.1 C
Bhubaneswar
Friday, March 20, 2026
Homeଦେଶ ବିଦେଶନେପାଳରେ ବିମାନ ଦୁର୍ଘଟଣା ; ୫ ମୃତ

ନେପାଳରେ ବିମାନ ଦୁର୍ଘଟଣା ; ୫ ମୃତ

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁର ଏକ ଜଙ୍ଗଲରେ ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ତନ୍ମଧ୍ଯରେ ୪ ଚୀନ୍ ଯାତ୍ରୀ ଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି। ଶିବାପୁରୀ ଗ୍ରାମୀଣ ପୌରପାଳିକାର ୱାର୍ଡ ନଂ ୭ରେ ଦୁର୍ଘଟଣାସ୍ଥଳରୁ ପୋଲିସ ମୃତଦେହ ଉଦ୍ଧାର କରିଛି। ପୋଲିସ୍ ମୁଖପାତ୍ର ଡନ୍ ବାହାଦୂର କାର୍କି ନିଶ୍ଚିତ କରିଛନ୍ତି ଯେ ସମସ୍ତ ଚାରିଜଣ ଯାତ୍ରୀ ଚୀନ୍ ନାଗରିକ, ତିନି ପୁରୁଷ ଏବଂ ଜଣେ ମହିଳା ହୋଇଥିବାବେଳେ, ପାଇଲଟ୍ ଜଣେ ନେପାଳୀ ପୁରୁଷ ଅଟନ୍ତି । କାର୍କି କହିଛନ୍ତି ଯେ ସ୍ଥାନୀୟ ବାସିନ୍ଦା ଜଙ୍ଗଲରୁ ନିଆଁ ବାହାରୁଥିବା ଦେଖି ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । କାଠମାଣ୍ଡୁରୁ ରାତି ୧.୪୫ ସମୟରେ ଏୟାର ଡାଇନାଷ୍ଟିକ ହେଲିକପ୍ଟର, ୯ଏନ-ଏଯେଡି, କାଠମାଣ୍ଡୁରୁ ରସୁଆ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିମାନ ଉଡ଼ାଣର ମାତ୍ର ତିନି ମିନିଟ ପରେ ହେଲିକପ୍ଟର ଯୋଗାଯୋଗ ହରାଇ ରାଜଧାନୀଠାରୁ ୫୭ କିଲୋମିଟର ଦୂରରେ ଥିବା ନୁଆକୋଟ ଜିଲ୍ଲାର ଶିବାପୁରୀ ଜାତୀୟ ଉଦ୍ୟାନର ହିମାଳୟ ଜଙ୍ଗଲରେ ଖସିପଡିଥିଲା। ସୂଚନାଯୋଗ୍ୟ, ସୌର୍ୟ୍ଯ ଏୟାରଲାଇନ୍ସ ବିମାନ ଦୁର୍ଘଟଣାର ସପ୍ତାହେ ପରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking