27.1 C
Bhubaneswar
Thursday, February 12, 2026
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ଜଣଙ୍କ ମୃତ୍ୟୁ

ଯୋଡ଼ା: ଯୋଡ଼ା ଫ୍ଲାଏ ଓଭର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ତିନି ମୃତକ ହେଲେ ଗଣେଶ ଶର୍ମା, ନିକିତ ଘୋଷାଲ ଓ ସନ୍ତୋଷ ଶର୍ମା।
ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭ଟା ବେଳେ ସନ୍ତୋଷ ଶର୍ମା ନିଜ ପୁଅ ଗଣେଶ ଓ ପଡ଼ୋଶୀଙ୍କ ପୁଅ ନିକିତ ଘୋଷାଲଙ୍କୁ ଡିଏଭି ସ୍କୁଲକୁ ନେଇ ଆସୁଥିଲେ। ହେଲେ ଯୋଡ଼ା ଫ୍ଲାଏଓଭର ନିକଟରେ ସେମାନଙ୍କୁ ଟ୍ରକ୍ ଚାପିଦେଇଥିଲା। ଏହାଫଳରେ ତିନିଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏମାନେ ସମସ୍ତେ ଆଜାଦ ବସ୍ତିର ବାସିନ୍ଦା ବୋଲି ଜଣାଯାଇଛି। ଏଣେ ଦୁଇ ନାବାଳକ ପ୍ରଥମ ଶ୍ରେଣୀର ଛାତ୍ର। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking