26.1 C
Bhubaneswar
Saturday, September 21, 2024
Homeଓଡିଶାମ୍ୟାଲେରିଆ ଆତଙ୍କ

ମ୍ୟାଲେରିଆ ଆତଙ୍କ

କେନ୍ଦୁଝର : ଆଜିକାଲି ବିଭିନ୍ନ ସ୍ଥାନରେ ଚିନ୍ତାର କାରଣ ପାଲଟିଛି ମ୍ୟାଲେରିଆ । ସେହିଭଳି କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ମ୍ୟାଲେରିଆ ଆତଙ୍କ। ମାସେ ହେବ ବଢ଼ିବାରେ ଲାଗିଛି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା। ତେବେ ବର୍ତ୍ତମାନ ଆନନ୍ଦପୁର ଡାକ୍ତରଖାନାରେ ୫ ଜଣ ଶିଶୁ ଓ ଜଣେ ମହିଳା ଚିକିତ୍ସିତ ହେଉଛନ୍ତି । ଘରେ ଘରେ ଜ୍ବର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ଭୟର ବାତାବରଣ ଛାଇ ଯାଇଛି । ତେବେ ରୋଗ ବ୍ୟାପିବା ଖବର ମିଳିବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ କ୍ୟାମ୍ପ ଲଗାଇ ନମୁନା ପରୀକ୍ଷା କରିବା ସହ ଲୋକଙ୍କୁ ମାଗଣାରେ ଔଷଧ ବାଣ୍ଟୁଛନ୍ତି । ଏହାସହିତ ଲୋକମାନେ କିପରି ସୁରକ୍ଷିତ ରହିବେ ସେ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସଚେତନ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking