18.1 C
Bhubaneswar
Monday, December 22, 2025
Homeଓଡିଶାରାସ୍ତାଜାମ୍‌ରେ ୪ ଘଣ୍ଟା ଫସିଲା ସ୍କୁଲବସ୍ ଓ ଅନ୍ୟାନ୍ୟ ଯାନ ବହନ ଅଟକି ରହିଲା

ରାସ୍ତାଜାମ୍‌ରେ ୪ ଘଣ୍ଟା ଫସିଲା ସ୍କୁଲବସ୍ ଓ ଅନ୍ୟାନ୍ୟ ଯାନ ବହନ ଅଟକି ରହିଲା

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ର ରାସ୍ତା କୁ ପରିବହନ ଟ୍ରକ୍ ଗୁଡିକ ଆଗ ପଛ ହୋଇ ତିନି ଲାଇନ୍ ରେ ଠିଆ ହେବା ଫଳ ରେ ରାସ୍ତା6କୁ ଅବରୋଧ କରି ରଖିବା ଦ୍ଵାରା ଅନ୍ୟାନ୍ୟ ଯାନ ବାହlନ ଗୁଡିକ ୪ଘଣ୍ଟା ରୁ ଉର୍ଦ୍ଧ୍ବ ସମୟଧରି ଅଟକି ରହିଲା ଓ ସେଠାରେ ଏକପ୍ରକାର ଉତ୍ତେଜନା ପରିସ୍ଥିତି, ସୃଷ୍ଟି ହୋଇଥିଲା l ଖବର ପାଇ କାଳିଆ ପାଣି ପୋଲିସ ଘଟଣା ସ୍ଥଳରେ ପହଁଚି ଅବସ୍ଥା କୂ ଆୟତ କରି ଥିଲା l ଯାଜପୁର ଜିଲ୍ଲାର କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ଓସ୍ତପାଳ ଫେକର ସେତୁ ପାଖରୁ କୋଇପଶି ଓଏମ୍‌ସି ଟ୍ରକ୍‌ ପାର୍କିଂୟାର୍ଡ ପର୍ଯ୍ୟନ୍ତ ମାତ୍ର ୧ କିଲୋମିଟର ରାସ୍ତାରେ ଆଜି ରାସ୍ତାଜାମ୍‌ ପରିସ୍ଥିତି ଅଣାୟତ୍ତ ଥିଲା। ପୂରା ସଡ଼କକୁ ଗେଞ୍ଜାଗେଞ୍ଜି ହୋଇ ୪ ଧାଡ଼ିରେ ମାଳମାଳ ଟ୍ରକ୍‌ ସବୁ ମାଡ଼ି ବସିଥିଲେ। ଏଠାରେ ପ୍ରଶାସନର ଫାଷ୍ଟ୍‌ କମ୍‌, ଫାଷ୍ଟ୍‌ ଲୋଡ୍‌ ନିର୍ଦ୍ଦେଶନାମାକୁ ସାଧାରଣ ଟ୍ରକ୍‌ ଡ୍ରାଇଭର ଫୁ’କରି ଉଡ଼ାଇ ଦେଇ ସଡ଼କକୁ ନିଜ ଅକ୍ତିଆର‌ରେ ରଖିଥିଲେ। ଫଳସ୍ବରୂପ ସ୍କୁଲ୍ ବସ୍‌, ସାଧାରଣ ବୋଲେରୋ, କାର୍‌ ଓ ସାଧାରଣ ଯାତ୍ରୀ ବସ୍ ଘଣ୍ଟାଘଣ୍ଟା ଧରି ଅଧାବାଟରେ ଫସି ରହିଥିଲେ। ଟିସ୍କୋ କଲୋନି କଲରଙ୍ଗିଅତ୍ତା ଶିଶୁ ମନ୍ଦିରରୁ ପ୍ରାରମ୍ଭ ଓ ବୋଧ ଶ୍ରେଣୀ ଛୁଟି ପରେ ଛୋଟ‌ଛୋଟ ଶିଶୁମାନଙ୍କୁ ନେଇ ବାହାରିଥିବା ସ୍କୁଲବସ୍‌(ଓଡି-୦୪ଏସ୍‌-୦୭୮୪) ୧୧ଟାରୁ ୧୨ଟା ୨୦ ପର୍ଯ୍ୟନ୍ତ ସେହି ସ୍ଥାନରେ ଅଟକି ରହିଥିଲା। ପୁଣି ପିଲାଙ୍କୁ ଛାଡ଼ି ଫେରିବା ବାଟରେ ଏହି ସ୍କୁଲବସ୍ ଠିକ୍‌ ସେହି ସ୍ଥାନରେ ପୁଣି ସାଢ଼େ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫସି ରହିବାରୁ ସେ ମଧ୍ୟାହ୍ନ ଭୋଜନ ବେଳରେ ରାସ୍ତାକଡ଼ରୁ ପାଉଁରୁଟି କିଣି ଭୋକ ମେଣ୍ଟାଇଥିଲେ ବୋଲି ଡ୍ରାଇଭର ରମାକାନ୍ତ ମହାନ୍ତ ଅଭିଯୋଗ କରନ୍ତି। ସେହିପରି ୨ ଦିନ ପୂର୍ବରୁ ମଙ୍ଗଳବାର ଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ସେହିସ୍ଥାନରେ ୨ ଘଣ୍ଟା ଧରି ରାସ୍ତାଜାମ୍‌ ରହିବାରୁ ସେମାନେ ବିଳମ୍ବରେ ଖଣି ଓ ଅଫିସ ପହଞ୍ଚିଥିବା ନେଇ ଫେକର ଓ ଓଏମ୍‌ପିଏଲ୍‌ କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏଥିପାଇଁ ସାଧାରଣରେ ଅଶାନ୍ତି ଓ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରାଫିକ୍‌ ଓ ଟ୍ରକ୍‌ ପାର୍କିଂୟାର୍ଡ ନିୟନ୍ତ୍ରଣ ଦାୟିତ୍ବରେ ଥିବା କିଛି ଅସାଧୁ ପୁଲିସକୁ ହାତକରି ମୁଷ୍ଟିମେୟ ଲାଭଖୋର୍‌ ଟ୍ରକ୍‌ ମାଲିକ ଓ ଡ୍ରାଇଭର ଉଦ୍ଦେଶ୍ୟମୂଳକ ଭାବେ କୃତ୍ରିମ ରାସ୍ତାଜାମ୍‌ ପରିସ୍ଥିତି ସୃଷ୍ଟି କରାଇ ଧାଡ଼ିଭାଙ୍ଗି ଗଳାବାଟରେ ସେମାନଙ୍କ ଟ୍ରକ୍‌ ପୂରାଉଥିବା ସୂଚନା ମିଳିଛି। ଏ ସଂପର୍କରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ସମସ୍ୟାକୁ ସେ ସ୍ବୀକାର କରିଥିଲେ। ଖୁବଶୀଘ୍ର ନିୟମ ଭାଙ୍ଗୁଥିବା ଡ୍ରାଇଭରଙ୍କ ଟ୍ରକ୍‌କୁ ପୁଣି କଳା ତାଲିକାଭୁକ୍ତ କରାଯିବା ସହ ଆନୁଷଙ୍ଗିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking