31.1 C
Bhubaneswar
Friday, February 13, 2026
Homeଦେଶ ବିଦେଶରାଜଧାନୀରେ ବର୍ଷା ବିତ୍ପାତ: ୩୩ ମୃତ

ରାଜଧାନୀରେ ବର୍ଷା ବିତ୍ପାତ: ୩୩ ମୃତ

ନୂଆଦିଲ୍ଲୀ : କେରଳର ୱାଏନାଡ଼ ଭୂସ୍ଖଳନ ପିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୩୦୦ ପାର କରିଥିବା ବେଳେ ଶତାଧିକ ଏବେବି ନିଖୋଜ ରହିଛନ୍ତି। ଏହି କରାଳ ଛାୟାରୁ ଦେଶ ମୁକୁଳିପାରି ନଥିବା ବେଳେ ଉତ୍ତର ଭାରତର ୭ ରାଜ୍ୟରେ ବର୍ଷା ବିତ୍ପାତ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ, ହିମାଚଳ, ଜମ୍ମୁ-କାଶ୍ମୀର ଏବଂ ରାଜସ୍ଥାନ ଆଦି ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ୩୩ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କେବଳ ହିମାଚଳ ପ୍ରଦେଶରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ବାଦଲଫଟା ବର୍ଷା ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ ଭୂସ୍ଖଳନ ଘଟି ୫ ଜଣଙ୍କ ମୃତ୍ୟୁ ହେବା ସହିତ ଆହୁରି କିଛି ଲୋକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ସେହିପରି ଦିଲ୍ଲୀରେ ମଧ୍ୟ ଲଗାଣ ବର୍ଷାକୁ ନେଇ ସ୍ଥିତି ବେହାଲ ହୋଇପଡ଼ିଛି। ଏନସିଆର ଜଳାର୍ଣ୍ଣବ ହୋଇପଡ଼ିଥିଲା ବେଳେ ଗମନାଗମନ ବ୍ୟବସ୍ଥା ବ୍ୟାହତ ହେବା ସହିତ ଉତ୍କଟ ଟ୍ରାଫିକ ସମସ୍ୟା ଉପୁଜିଛି। ଏହାସହିତ ବିଭିନ୍ନ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ବିଶେଷକରି ରାଜଧାନୀ ସହରର ଅଧିକାଂଶ ଭାଗ ଜଳାର୍ଣ୍ଣବ ହୋଇପଡ଼ିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁବାର ପୂର୍ବାହ୍ନରେ ଏଠାକାର ଏକ ବହୁତଳ ଅଟ୍ଟାଳିକାର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଆହୁରି ୪ ଦିନ ଧରି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ସତର୍କ କରାଇଥିଲା ବେଳେ ବିଭିନ୍ନ ମହଲରେ ଚିନ୍ତା ବଢିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking