23.4 C
Bhubaneswar
Sunday, December 22, 2024
Homeଅପରାଧକଥା ହେଲାନି ପ୍ରେମିକା; ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ

କଥା ହେଲାନି ପ୍ରେମିକା; ବାପା ସହ ଦୁଇ ଭଉଣୀଙ୍କୁ ହତ୍ୟା କଲା ପ୍ରେମିକ

ପାଟନା: ପ୍ରେମିକା କଥା ହେଲାନି ବୋଲି ପ୍ରେମିକ ନୃଶଂସ କାଣ୍ଡ ଘଟାଇଛି । ପ୍ରେମିକା ସହ ତାଙ୍କ ବାପା ଏବଂ ଭଉଣୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଛି ପ୍ରେମିକ । ଏପରି ଏକ ଘଟଣା ବିହାର ଛପରା ଜିଲ୍ଲା ଅନ୍ତର୍ଗତ ରସୁଲପୁରର ଘାନାଡିହ ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପ୍ରେମିକ ଜଣଙ୍କ ଏପରି କାଣ୍ଡ ଘଟାଇଛି ।

ଘରର ଛାତରେ ପ୍ରେମିକାଙ୍କ ସହିତ ତାଙ୍କ ମାଆ, ବାପା ଏବଂ ଭଉଣୀ ଶୋଇଥିଲେ । ଏହି ସମୟରେ ପ୍ରେମିକ ଜଣକ ଛାତ ଉପରକୁ ଚଢ଼ି ପ୍ରେମିକା, ତାଙ୍କ ବାପା ଓ ଭଉଣୀକୁ ହତ୍ୟା କରିଥିଲା । ପ୍ରେମିକାଙ୍କ ମାଆ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଏନେଇ ବର୍ତ୍ତି ଯାଇଥିବା ମହିଳା କହିଛନ୍ତି ଯେ ଗ୍ରାମର ରୋସନ ନାମକ ଜଣେ ଯୁବକ ତାଙ୍କ ଝିଅକୁ ଏକ ତରଫା ଭଲ ପାଉଥିଲା । ସେ ବାରମ୍ବାର ଝିଅକୁ ତା ସହ କଥା ହେବାକୁ ବାଧ୍ୟ କରୁଥିଲା । କଥା ନହେଲେ ପରିବାରକୁ ଖତମ୍ କରିଦେବା ନେଇ ଧମକ ଦେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking