24.1 C
Bhubaneswar
Wednesday, October 23, 2024
Homeଦେଶ ବିଦେଶନୃଶଂସ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ନାଳକୁ ଫିଙ୍ଗିଲା

ନୃଶଂସ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ନାଳକୁ ଫିଙ୍ଗିଲା

କୋଲକାତା: ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲାର ମାଧ୍ୟାମଗ୍ରାମରେ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଘଟଣାର ପୁନରାବୃତ୍ତି । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପ୍ୟାକେଟରେ ବାନ୍ଧି କେନାଲରେ ଫିଙ୍ଗି ଦେଇଥିବା ପରି ଜଘନ୍ୟ ଘଟଣା ସମ୍ନାକୁ ଆସିଛି । ଉତ୍ତର ୨୪-ପ୍ରଗଣା ମାଧ୍ୟମଗ୍ରାମର ଏରିଆର ଉତ୍ତର ଜୋଜ୍ରା ଗ୍ରାମରେ ଥିବା ଏକ କେନାଲରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହର ଅବଶେଷ ଉଦ୍ଧାର ହୋଇଛି । ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ସାଇରା ବାନୁ ଭାବେ ଚିହ୍ନଟ ହୋଇଛନ୍ତି । ପାରିବାରିକ କଳହ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରେ ପୋଲିସ ଜଣିବାକୁ ପାଇଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ହେଉଛି ୫୫ ବର୍ଷୀୟ ନରୁଦ୍ଦିନ ମଣ୍ଡଳ । ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନରୁଦ୍ଦିନ ନିଜେ ଜୀବନ ହାରିବାକୁ ମଧ୍ୟ ଉଦ୍ୟମ କରିଥିଲା । ହେଲେ ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସେଠାରେ ଚିକିତ୍ସାଧୀନ ରହିଛି । ପୋଲିସ ତାକୁ ସେଠାରୁ ହେପାଜତକୁ ନେବ । ଗତ କିଛି ଦିନ ତଳେ ଅଭିଯୁକ୍ତ ନରୁଦ୍ଦିନ ନିଜେ ତାର ସ୍ତ୍ରୀ ସାଇରା ବୋନୋ ନିଖୋଜ ହୋଇଯାଇଥିବା ନେଇ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲା । ପାରିପାର୍ଶ୍ୱିକ ଘଟଣାକ୍ରମକୁ ଦେଖି ପୋଲିସ ତାକୁ ବାରମ୍ବାର ଜେରା କରିବା ପରେ ସେ ଧରା ପଡିଯିବା ଭୟରେ ଜୀବନ ହାରିବାକୁ ଉଦ୍ୟମ କରିଥିଲା ।

ହେଲେ କୌଣସି ପ୍ରକାର ତାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେ ସତ ସ୍ୱୀକାର କରିଛି । ସେ ଘରୋଇ କଳହ କାରଣରୁ ତାର ସ୍ତ୍ରୀକୁ ଗଳାକାଟି ହତ୍ୟା କରିଥିଲା । ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କାଟି ଏକାଧିକ ପ୍ୟାକେଟରେ ବାନ୍ଧି ସ୍ଥାନୀୟ ଏକ କେନାଲରେ ଫିଙ୍ଗିଥିଲା । ଏହା ପରେ ସେ ଗ୍ରାମବାସୀଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ସ୍ତ୍ରୀ ନିଖୋଜ ହୋଇଯାଇଥିବା ନେଇ ସ୍ଥାନୀୟ ଥାନାରେ ଏକ ଏତଲା ମଧ୍ୟ ଦେଇଥିଲା । ଏବେ ପୋଲିସ ଏସବୁର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତକୁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଗିରଫ କରିବାକୁ ପ୍ରସ୍ତୁତି ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking