ଭୁବନେଶ୍ୱର : ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିଛି । ତେବେ ୧୦ଟି ଜିଲ୍ଲାରେ ରହିଛି । କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା ଓ ନୂଆପଡ଼ାରେ ମାଓବାଦୀଙ୍କ କାର୍ଯ୍ୟକଳାପ ରହିଛି । ତେବେ ନବରଙ୍ଗପୁର, ବଲାଙ୍ଗୀର ଓ ବରଗଡ଼ରେ ମାଓ କାର୍ଯ୍ୟକଳାପ ଆହ୍ୱାନାତ୍ମକ ରହିଛି । ଅନ୍ୟ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି । ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମହୋନଚରଣ ମାଝୀ ।