34.1 C
Bhubaneswar
Thursday, March 26, 2026
Homeଅପରାଧଘର ଭିତରେ ଶୋଇ ଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା

ଘର ଭିତରେ ଶୋଇ ଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା

ସମ୍ବଲପୁର : ଘର ଭିତରେ ଶୋଇ ଥିବା ବେଳେ ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା। ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରି ଆସାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ତଥା ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ଗ୍ରାମ ପଂଚାୟତର ପାଣ୍ଡୁରିଶୀଳା ଗ୍ରାମରେ। ଶନିବାର ରାତିରେ ଏହି ଘଟଣା ଘଟିଛି। ମୃତ ସ୍ୱାମୀ ସ୍ତ୍ରୀ ହେଲେ ପାଣ୍ଡୁରିଶୀଳା ଗ୍ରାମର ଆବ୍ରହମ କୁଜୁର ଏବଂ କୁଆଁରୀ କୁଜୁର।

ରବିବାର ସକାଳୁ ରେଢ଼ାଖୋଲ ଥାନା ଅଧିକାରୀ ସବିତାବାଳା ସେଠୀ ଏବଂ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେରଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ଖାଇ ପିଇ ସାରି ଘର ଭିତରେ ଶୋଇଥିଲେ। ତେବେ ରାତି ପ୍ରାୟ ୧୦ଟା ସମୟରେ କେହି ଦୁବୃର୍ତ୍ତ ଘର ଭିତରେ ପଶି ଧାରୁଆ ଅସ୍ତ୍ରରେ ପ୍ରଥମେ ଆବ୍ରହମର ତଣ୍ଟି କାଟି ମୁଣ୍ଡରେ ଆକ୍ରମଣ କରି ହତ୍ୟା କରିବା ପରେ ପାଖରେ ଅନ୍ୟ ଖଟରେ ଶୋଇଥିବା କୁଆଁରୀଙ୍କୁ ଆକ୍ରମଣ କରିବାରୁ ସେଠାରୁ ସେ ଦୌଡ଼ି ପଳାଉଥିବା ବେଳେ ତାଙ୍କୁ ମଧ୍ୟ ବେକ, ଛାତି ଏବଂ ମୁଁହରେ ଧାରୁଆ ଅସ୍ତ୍ରରେ ଭୂଷି ହତ୍ୟା କରିଥିଲେ।

ଏହି ସମୟରେ ପାଖ ଘରେ ଶୋଇଥିବା ଇବ୍ରାହମର ବଡ଼ ବୋହୁ ଚିତ୍କାର ଶୁଣି ଆସିବା ବେଳକୁ ହତ୍ୟାକାରୀ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡି ନ ଥିଲେ ମଧ୍ୟ ନିକଟସ୍ଥ ବୁଢୀପାଣି ଗ୍ରାମରେ ଥିବା ଆବ୍ରହମର ସଢୁ ସହିତ ପୂର୍ବରୁ ବିବାଦ ଥିବାରୁ ସେ ଏହି କାଣ୍ଡ ଘଟାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ବୋଲି ଅବ୍ରାହମର ବଡ଼ ଭାଇ କହି କହିଛନ୍ତି। ଅନ୍ୟ ପକ୍ଷରେ ଘଟଣାର ପାରିପାର୍ଶ୍ଵିକ ପରିସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ କରାଯାଉଛି ବୋଲି ରେଢ଼ାଖୋଲ ପୋଲିସ ଏସ୍ଡ଼ିପିଓ ପ୍ରଶାନ୍ତ କୁମାର ମେହେର କହିଛନ୍ତି। ଏହି ଅଭାବନୀୟ ଘଟଣାରେ ମୃତ ସ୍ୱାମୀ ସ୍ତ୍ରୀଙ୍କର ଥିବା ଛୋଟ ଛୋଟ ତିନି ଜଣ ଝିଅ ଏବେ ଅନାଥ ହୋଇ ପଡିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking