34.1 C
Bhubaneswar
Sunday, April 26, 2026
Homeଓଡିଶାଲ୍ୟାଣ୍ଡମାଇନ ବିସ୍ଫୋରଣରେ ନାବାଳକ ମୃତ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନାବାଳକ ମୃତ

ମାଲକାନଗିରି: ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୧୦ ବର୍ଷର ବାଳକର ମୃତ। ଘଟଣାଟି ହେଉଛି ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ଦଶ ବର୍ଷର ବାଳକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ହେଉଛି ହିଡ଼ମା କବାସୀ। ମୁଡ଼ଭେଣ୍ଡି ଜଙ୍ଗଲରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ। ହିଡ଼ମା କବାସୀ ଆଜି ସେଇ ଜଙ୍ଗଲକୁ ଯାଇଥିଲେ। ଖଞ୍ଜାହୋଇଥିବା ଲ୍ୟାଣ୍ଡମାଇନ ଉପରେ ହିଡ଼ମା ଚଢିଯାଇଥିଲେ।

ଫଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ହିଡ଼ମା ଗୁରୁରତର ଆହାତ ହୋଇ ପଡ଼ିଯିବାରୁ। ତୁରନ୍ତ ବିଜାପୁର ଜିଲ୍ଲା ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା। ଶିଶୁ ହିଡମା କାୱାସୀଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ବିଜାପୁରକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଡ଼ମା କବାସୀଙ୍କର ମୃତ୍ୟୁ ହୋଇଥିବା ବିଜାପୁର ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking