22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କାନ୍ଥ : ମହିଳା ମୃତ

ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କାନ୍ଥ : ମହିଳା ମୃତ

ନୂଆଦିଲ୍ଲୀ : ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କାନ୍ଥ, ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଦିଲ୍ଲୀର ଦ୍ୱାରକା ସେକ୍ଟର ୧୨ରେ ଏକ ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡ଼ିଛି। ମୃତ ମହିଳାଙ୍କ ନାମ ଦେବୀ ଓ ତାଙ୍କ ଘର ଉତ୍ତରପ୍ରଦେଶର ଝାନସୀରେ ବୋଲି ଜଣାଯାଇଛି। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି। ଦିଲ୍ଲୀ ପୁଲିସ୍‌ ଘଟଣାର ସୂଚନା ଦେବାକୁ ଯାଇ କହିଛି, ହସ୍ପିଟାଲରେ ବେସମେଣ୍ଟରେ କିଛି ଶ୍ରମିକ କାମ କରୁଥିଲେ। ଉକ୍ତ ସମୟରେ ବେସମେଣ୍ଟର କାନ୍ଥ ଭୁଶୁଡ଼ିଗଲା ଓ ତା’ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ। ତୁରନ୍ତ ସମସ୍ତ ଶ୍ରମିକଙ୍କୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଦେବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛି ଓ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇନି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking