24.1 C
Bhubaneswar
Monday, March 23, 2026
Homeଓଡିଶାବ୍ୟାପୁଛି ଝାଡାବାନ୍ତି,୧୭ ରୁ ଉର୍ଦ୍ଦ୍ବ ମେଡିକାଲରେ ଭର୍ତି

ବ୍ୟାପୁଛି ଝାଡାବାନ୍ତି,୧୭ ରୁ ଉର୍ଦ୍ଦ୍ବ ମେଡିକାଲରେ ଭର୍ତି

ନୀଳଗିରି: ପ୍ରକୃତିର ଜଳବାୟୁ ପରିବର୍ତ୍ତନ ପାଇଁ ଚଳିତ ବର୍ଷ ମୌସୁମୀର ତାଳମେଳ ନଥିବାରୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତା ହେଉଥିବା ଦେଖାଯାଇଛି | ଏତଦ ଭିନ୍ନ ନୀଳଗିରି ମେଡ଼ିକାଲରେ ଅବ୍ୟସ୍ଥାକୁ ନେଇ ଆସୁଛି ବିକଳ ଚିତ୍ର | ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସମୟ ବଢିବା ସହିତ ବଢୁଛି ରୋଗୀଙ୍କ ସଂଖ୍ୟା,ବାରଣ୍ଡା ଓ ଦୁଇଟି ବେଡ ମଝିରେ ଚିକିତ୍ସା ହେଉଛନ୍ତି ରୋଗୀ । ଝରକାରେ ସାଲାଇନ ବନ୍ଧା ଯାଇ ରୋଗୀଙ୍କୁ କରାଯାଉଛି ଚିକିତ୍ସା ।

ରୋଗୀଙ୍କ ପାଇଁ ଏକ ଗୃହ ଥାଇ ମଧ୍ୟ ତାହା ଏଯାବତ ତାଲା ପଡି ରହିଛି।ତାହା ଏବେ ଗୋରୁ ଗାଇଙ୍କ ଆଡ୍ଡା ସ୍ଥଳ ପାଲଟିଛି। ନୀଳଗିରି ଉପଖଣ୍ଡ ଔପଦା ବ୍ଳକ ଅନ୍ତର୍ଗତ ବାଉଁଶବଣିଆ, ଗୋବର୍ଦ୍ଧନପୁର ଓ ନୀଳଗିରି ବ୍ଳକ ଗୋପୀନାଥପୁର, ଧୋବସିଳା, ଗୋପାଳପୁର ଅଂଚଳରେ ଆଜି ୧୭ ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି। ତେବେ ଜଣକ ପରେ ଜଣେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସାଳୟ ରେ ସଂକ୍ରାମକ ୱାର୍ଡ ରେ ରୋଗୀଙ୍କୁ ଶଯ୍ୟା ମିଳୁନଥିବାରୁ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି।

ଗୃହ ଥାଇ ମଧ୍ୟ ରୋଗୀଙ୍କୁ ସ୍ଥାନାନ୍ତରିତ କରାନଯାଇ ସେହିପରି ଭାବରେ ଚଟାଣରେ ରୋଗୀ ମାନଙ୍କୁ ଛାଡି ଦିଆଯାଇଛି ।ରୋଗୀ ମାନେ ଚିକିତ୍ସା ହେବାକୁ ଆସି ଘଣ୍ଟା ଘଣ୍ଟା ସଂକ୍ରାମକ ବିଭାଗ ସମ୍ମୁଖରେ ଛିଡା ହେବାକୁ ପଡୁଛି।ଡାକ୍ତରଖାନାରେ ପର୍ଯ୍ୟାପ୍ତ ନର୍ସ ନଥିବାରୁ ମଧ୍ୟ ରୋଗୀଙିକ ଦେଖାଶୁଣା କରିବାକୁ ଆସୁନାହାନ୍ତି।ଏ ନେଇ ସିଡିଏମଓ ଦାଇତ୍ୱ ଥିବା ଡାକ୍ତର ଜତିନ ସୋରେନଙ୍କୁ ପଚାରିବାରୁ ସେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ କିଛି କହିପାରିବେନି ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking