21.1 C
Bhubaneswar
Wednesday, February 11, 2026
Homeଓଡିଶାବଢୁଛି ହୀରାକୁଦ ଜଳଭଣ୍ଡାର

ବଢୁଛି ହୀରାକୁଦ ଜଳଭଣ୍ଡାର

ହୀରାକୁଦ : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୪ ଫୁଟକୁ ଛୁଇଁଲାଣି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର । ପ୍ରତି ସେକେଣ୍ଡରେ ୧ଲକ୍ଷ ୪୨ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୩ ହଜାର ୬୫୭ କ୍ୟୁସେକ ଜଳା ଜଳସ୍ତର ବୃଦ୍ଧି ପାଇଲେ ହୀରାକୁଦ ସୁଇସ୍ ଗେଟ୍ ଖୋଲିପାରେ ବୋଲି ସୂଚନା ଦେଇଛନ୍ତି ହୀରକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷା ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବାରୁ ଏହା ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଥିଲା । ତେଣୁ ଡ୍ୟାମ ପାଣି ବଢ଼ିବାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଜାତ ହୋଇଛି ସେପଟେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଆସନ୍ତାକାଲି ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking