16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶପ୍ରତିଦିନ ୧୨ ଘଣ୍ଟା ଖଟିବେ ଆଇଟି କର୍ମଚାରୀ, ସରକାର ଆଣୁଛନ୍ତି ବିଲ୍ !

ପ୍ରତିଦିନ ୧୨ ଘଣ୍ଟା ଖଟିବେ ଆଇଟି କର୍ମଚାରୀ, ସରକାର ଆଣୁଛନ୍ତି ବିଲ୍ !

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଦଳିପାରେ ଆଇଟି ନିୟମ । ଫଳରେ ଆଇଟି କର୍ମଚାରୀଙ୍କ ୱାର୍କିଂ ଆୱାର ୧୨ ଘଣ୍ଟାକୁ ବୃଦ୍ଧି ପାଇପାରେ । ଏ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ପ୍ରସ୍ତାବକୁ ସଂଶୋଧନ କରିବାକୁ ଯୋଜନା କରିବା ପରେ ଆଇଟି କ୍ଷେତ୍ରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଫିସରେ କାର୍ଯ୍ୟ ସମୟ ବୃଦ୍ଧି କରିବା ଦ୍ୱାରା କର୍ମଚାରୀଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିବ ଅଭିଯୋଗ କରି ଏହାକୁ କର୍ଣ୍ଣାଟକ ଆଇଟି କର୍ମଚାରୀ ୟୁନିୟନ ବିରୋଧ କରିଛି । ନୂଆ ପ୍ରସ୍ତାବ ଅନୁସାରେ, ଆଇଟି/ଆଇଟିଇଏସ/ବିପିଓ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏଣିକି ଦିନକୁ ୧୨ ଘଣ୍ଟା ଅଫିସରେ କାମ କରିବେ ।

ରାଜ୍ୟ ସରକାର ‘କର୍ଣ୍ଣାଟକ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୬୧’ରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି । ତେଣୁ ଆଇଟି କମ୍ପାନୀ ଗୁଡ଼ିକ ଚାହୁଁଛନ୍ତି ଯେ ସେମାନଙ୍କ ପ୍ରସ୍ତାବକୁ ସଂଶୋଧନରେ ଅନ୍ତର୍ଭୁକ୍ତ କରାଯାଉ । ଫଳରେ ଆଇନଗତ ଭାବେ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ ୧୪ ଘଣ୍ଟା (୧୨ ଘଣ୍ଟା + ୨ ଘଣ୍ଟା ଓଭରଟାଇମ୍‌) ହୋଇଯିବ । ବର୍ତ୍ତମାନର ଶ୍ରମ ନିୟମ ଅନୁଯାୟୀ, ୧୨ ଘଣ୍ଟା(୧୦ ଘଣ୍ଟା + ୨ ଘଣ୍ଟା ଓଭର ଟାଇମ୍‌?) ପର୍ଯ୍ୟନ୍ତ କାର୍ଯ୍ୟ ସମୟକୁ ଅନୁମତି ରହିଛି । ସରକାର ଏ ପ୍ରସଙ୍ଗରେ ଏକ ପ୍ରାରମ୍ଭିକ ବେ?ଠକ କରିଥିବା ବେଳେ ଆଗାମୀ ଦିନରେ ଏନେଇ ନିଷ୍ପତ୍ତି ନେବାକୁ ଯୋଜନା କରୁଛନ୍ତି । କର୍ଣ୍ଣାଟକ ଆଇଟି କର୍ମଚାରୀ ସଂଘ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଇଛି ।

କେଆଇଟିୟୁର ମହାସଚିବ ସୁହାସ ଅଡିଗା କହିଛନ୍ତି ଯେ ଏହାଦ୍ୱାରା ଆଇଟି କମ୍ପାନୀ ଗୁଡିକରେ ଦୈନିକ କାର୍ଯ୍ୟ ସମୟକୁ ଅନିଶ୍ଚିତତା ସମୟ ପର୍ଯ୍ୟନ୍ତ ବଢାଇ ଦିଆଯିବ । ଏହି ପ୍ରସ୍ତାବକୁ ସଂଶୋଧନ କରାଗଲେ କମ୍ପାନୀଗୁଡ଼ିକ ବର୍ତ୍ତମାନ ଥିବା ତିନୋଟି ସିଫ୍ଟ ପ୍ରଣାଳୀକୁ ୨ଟି ସିଫ୍ଟରେ ପରିଣତ କରିବ । ଏହାସହିତ ଏକ ତୃତୀୟାଂଶ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବ । ଖାଲି ସେତିକି ନୁହେଁ, ସରକାର ଏଥିଲାଗି ଅନୁମତି ଦେଲେ କର୍ମଚାରୀଙ୍କ ଶାରୀରିକ ଓ ମାନସିକ ଉପରେ ଗଭୀର ପ୍ରଭାବ ପଡ଼ିବ । ଏକ ରିପୋର୍ଟ ଅନୁସାରେ ଆଇଟି ସେକ୍ଟର କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୪୫ ପ୍ରତିଶତ କର୍ମଚାରୀ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ୫୫ ପ୍ରତିଶତ କର୍ମଚାରୀ ଅବସାଦଗ୍ରସ୍ତ ହୋଇପଡୁଥିବା ବେଳେ ଶାରୀରିକ ସମସ୍ୟା ଭୋଗୁଛନ୍ତି । ଯଦି ୱାର୍କିଂ ଆୱାର ବୃଦ୍ଧି କରାଯାଏ ତେବେ ସ୍ଥିତି ଆହୁରି ଜଟିଳ ହୋଇଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking