32.1 C
Bhubaneswar
Friday, October 18, 2024
Homeଓଡିଶାଧଇଁସଇଁ ଅନୁଭବ କରୁଛନ୍ତି କି? ଅଣଦେଖା କରନ୍ତୁନି

ଧଇଁସଇଁ ଅନୁଭବ କରୁଛନ୍ତି କି? ଅଣଦେଖା କରନ୍ତୁନି

ଭୁବନେଶ୍ୱର: ପାହାଚ ଚଢିବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ । ଏହାକୁ ଏକ ପ୍ରକାର ବ୍ୟାୟାମ ବୋଲି ମଧ୍ୟ କୁହାଯାଏ । ପାହାଚ ଚଢିବା ଓହ୍ଲାଇବା ଦ୍ୱାରା ଓଜନ କମିଥାଏ । କିଛି ବ୍ୟକ୍ତି ଅଳ୍ପ ପାହାଚ ଚଢୁ ଚଢୁ ଥକ୍କାପଣ ଅନୁଭବ କରିଥାନ୍ତି କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ଜୋରଜୋରରେ ନେଇଥାନ୍ତି । ଅନେକ ସମୟରେ ଏହାକୁ ସାଧାରଣ ଭାବି ଲୋକମାନେ ଅଣଦେଖା କରିଦେଇଥାନ୍ତି । ତେବେ ଏଭଳି କରିବା ଶରୀର ପାଇଁ ବେଶ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସିଢି ଚଢିବା ସମୟରେ ନିଃଶ୍ୱାସ । ମୁଖ୍ୟତଃ ୨ଟି କାରଣରୁ ନିଃଶ୍ୱାସ ଫୁଲିଥାଏ । ପ୍ରଥମତଃ ଯଦି ଆପଣଙ୍କ ଫୁସଫୁସ୍ ସଠିକ ଭାବେ କାର୍ଯ୍ୟ କରୁନଥିବ କିମ୍ବା ସେଥିରେ ଅକ୍ସିଜେନ ଲେବୁଲ କମ ଥିବ । ଦ୍ୱିତୀୟ କାରଣ ହେଉଛି ଆପଣଙ୍କ ହୃଦୟ ଠିକ ଭାବେ କାମ ନକଲେ ମଧ୍ୟ ଏପରି ହୋଇଥାଏ । ଯଦି ହୃଦୟରେ ରକ୍ତ ସଞ୍ଚାଳନ ଠିକ ଭାବେ ନ ହୁଏ ତେବେ ଏହାର ପ୍ରଭାବ ସିଧାସଳଖ ହୃଦୟ ଉପରେ ପଡିଥାଏ ଓ ଏଭଳି ସମସ୍ୟା ଦେଖାଯାଇଥାଏ ।

ସିଢି ଚଢିବା ସମୟରେ ଆପଣଙ୍କ ନିଃଶ୍ୱାସ ପ୍ରଶ୍ୱାସ ଯେକୌଣସି କାରଣରୁ ବି ଫୁଲୁଥାଉ, କିନ୍ତୁ ଏହା ବଡ ରୋଗର ଆରମ୍ଭ ହୋଇଥାଇପାରେ । ତେବେ ଜାଣନ୍ତୁ ପାହାଚ ଚଢିବା ବେଳେ ଯଦି ଆପଣ ଜୋର ଜୋରରେ ନିଃଶ୍ୱାସ ନେଉଛନ୍ତି ତେବେ ଆପଣଙ୍କୁ କେଉଁ କେଉଁ ରୋଗ ହୋଇଥିବାର ସମ୍ଭାବନା ରହିଛି । ମେଦ ବହୁଳତାର ଶିକାର ବ୍ୟକ୍ତିଙ୍କର ମଧ୍ୟ ପାହାଚ ଚଢିବା ବେଳେ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଯାଇଥାଏ । ତେବେ ଓଜନ ବଢିବା ଦ୍ୱାରା ଫୁସଫୁସରେ ଏହାର ପ୍ରଭାବ ପଡିଥାଏ । ବାସ୍ତବରେ, ଓଜନ ବୃଦ୍ଧି ହେତୁ ଅତିରିକ୍ତ ଓଜନ ଫୁସଫୁସ ଉପରେ ପଡ଼ିବା ଆରମ୍ଭ କରେ । ମସ୍ତିଷ୍କର ଶ୍ୱାସକ୍ରିୟା ନିୟନ୍ତ୍ରଣ ମଧ୍ୟ ଦୁର୍ବଳ ହୋଇଯାଏ ଏବଂ ଯେତେବେଳେ ବି ଆପଣ ପାହାଚ ଚଢିଥାନ୍ତି କିମ୍ବା ଶୀଘ୍ର ନିଃଶ୍ୱାସ ନିଅନ୍ତି, ସେତେବେଳେ ଆପଣ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୋଇଥାଏ । ଯଦି ପାହାଚ ଚଢିବା ସମୟରେ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରୁଥାନ୍ତି ତେବେ ଏହା ଏଟ୍ରିଆଲ ଫିବ୍ରିଲେସନ ସମସ୍ୟା ମଧ୍ୟ ହୋଇଥାଇପାରେ । ଏଟ୍ରିଆଲ ଫିବ୍ରିଲେସନ ହେଲେ ହୃଦ-ସ୍ପନ୍ଦନର ଗତି ବଢି ଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking