21.1 C
Bhubaneswar
Saturday, February 14, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଆଗରେ ଦଳୀୟକର୍ମୀଙ୍କ ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦଳୀୟକର୍ମୀଙ୍କ ମୁହାଁମୁହିଁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲ ବ୍ଲକ ତହସିଲ ଛକ ନିକଟରେ ଅପ୍ରୀତିକର ସ୍ଥିତି ଦେଖାଦେଇଛି। ବିଜେପି କର୍ମୀ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ସମୟରେ ପରାଜିତ ବିଜେପି ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇଙ୍କ ସମର୍ଥକ ଓ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସମୟରେ ନିଜେ ମୁଖ୍ୟମନ୍ତ୍ରୀ ଗାଡିରୁ ଓହ୍ଲାଇ ବୁଝାସୁଝା କରିବା ପରେ କାରକେଡ଼ ଆଗକୁ ଗଡ଼ିଥିଲା ।ସେହିଭଳି ମୁଖ୍ୟମନ୍ତ୍ରୀଙ୍କ କାରକେଡ଼ରେ ଥିବା ମାହାଙ୍ଗା ବିଜେପି ନେତା ସୁମନ୍ତ ଘଡେଇଙ୍କ ଗାଡି ଆଗରେ ବିଧାୟକଙ୍କ ସମର୍ଥକମାନେ ବୋତଲ ମାଡ଼ କରିବା ସହିତ ଗାଡି ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଏମିତି ହୋଇଥିଲା ଯେ ବିଜେପି ନେତା ସଭାସ୍ଥଳକୁ ଯାଇନପାରି ଫେରି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking