ପିପିଲି : କଣାସ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳାୟ ବା ବିଇଓ ଅଫିସରେ ପଶିଲା ପାଣି। ବର୍ଷା ଜଳରେ ବୁଡି ରହିଛି ଅଫିସ ପରିସର। ଏହାକୁ ନେଇ କର୍ମଚାରୀ ଓ ଶିକ୍ଷକ ଅଫିସ୍ ଆସୁନଥିବାରୁ କାମ ପୂରାପୂରି ଠପ୍ ହୋଇପଡିଛି । ସେପଟେ କର୍ମଚାରୀମାନେ ଅଫିସ ନଆସିବାରୁ ସ୍କୁଲ ଓ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଯଥାଶୀଘ୍ର ଏହାର ସମାଧାନ କରାଯିବାକୁ ଦାବି କରାଯାଇଛି । ଏନେଇ ଏବିଇଓ ନାରାୟଣ ପ୍ରଧାନଙ୍କ କହିବା ଅନୁଯାୟୀ, ୨୦୨୧ରୁ ଏଭଳି ପରିସ୍ଥିତି ପ୍ରତିବର୍ଷ ବର୍ଷାଦିନେ ସୃଷ୍ଟି ହେଉଛି । ଅଫିସ ଗେଟ୍ ପାଖରୁ ବାରଣ୍ଡା ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଭରିରହୁଛି। ତେବେ ଏନେଇ ବିଡିଓ, ତହସିଲଦାର ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେହି ସମାନ ଅବସ୍ଥା ବୋଲି ଅଭିଯୋଗ କରିଛନ୍ତି । ଟିକିଏ ବର୍ଷା ହେଲେ ବେହାଲ ହୋଇପଡୁଛି ପରିସ୍ଥିତି, ସେଥିଲାଗି କାର୍ଯ୍ୟଳୟକୁ କର୍ମଚାରୀ ଓ ଶିକ୍ଷକ ଯାଉନାହାନ୍ତି ।