37.1 C
Bhubaneswar
Friday, May 15, 2026
Homeଦେଶ ବିଦେଶସ୍ତ୍ରୀକୁ ସାପ କାମୁଡ଼ିବାପରେ ସାପ ସହ ସ୍ତ୍ରୀକୁ ଆଣିଲେ ହସ୍ପିଟାଲ

ସ୍ତ୍ରୀକୁ ସାପ କାମୁଡ଼ିବାପରେ ସାପ ସହ ସ୍ତ୍ରୀକୁ ଆଣିଲେ ହସ୍ପିଟାଲ

ନୂଆଦିଲ୍ଲୀ: ଆପଣ ଶୁଣିଥିଲେ ଯେକୌଣସି ଲୋକଙ୍କୁ ସାପ କାମୁଡ଼ିଥାଏ ତାଙ୍କ ଘର ଲୋକ ସର୍ବପ୍ରଥମେ ହସ୍ପିଟାଲକୁ ନେଇଯାନ୍ତି କିନ୍ତୁ ଏଠାରେ ଭିନ୍ନ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଏହି ଘଟଣାଟି କେଉଁଠି ଘଟିଛି । ଉତ୍ତରପ୍ରଦେଶର ମହୋବା ଜିଲ୍ଲା ହସ୍ପିଟାଲରେ ଘଟିଛି ଏକ ଅଦ୍ଭୁତ ଘଟଣା ।ସାପ କାମୁଡ଼ାରେ ଅଚେତ ହୋଇଥିବା ଅନ୍ତସତ୍ତ୍ବା ସ୍ତ୍ରୀକୁ ବ୍ୟକ୍ତି ଚିକିତ୍ସା ପାଇଁ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ। ଏଥିରେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ କାମୁଡିଥିବା ସାପକୁ ବି ନେଇ ସେ ହସ୍ପିଟାଲରେ ପହଞ୍ଚିଥିଲେ।ସୂଚନା ଅନୁଯାୟୀ, ଅଜନର ଥାନା ଅଞ୍ଚଳସ୍ଥ ବଚ୍ଛେଛର କଲାଂ ଗ୍ରାମରେ ବସବାସ କରୁଥିବା ହରିମୋହନଙ୍କ ଅନ୍ତସତ୍ତ୍ବା ଧର୍ମପତ୍ନୀ ନୀଲମ ରାଜପୁତ ରୋଷେଇ ପାଇଁ ପାଣି ଭରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେତୁ କେଉଁଆଡୁ ଏକ ସାପ ଚାଲି ଆସି ତାଙ୍କୁ ଦଂଶନ କରିଥିଲା।ସର୍ପ ଦଂଶନ ପରେ ନୀଲମଙ୍କ କାନ୍ଦ ଶୁଣି ଘରେ ଶୋଇଥିବା ସ୍ବାମୀ ହରିମୋହନଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ନୀଲମଙ୍କ ପାଖକୁ ଧାଇଁ ଆସିଲା ବେଳକୁ ଏକ ସାପ ଘର ଭିତରୁ ଚାଲି ଯାଉଥିବା ଦେଖିବାକୁ ପାଇଥିଲେ। ସେ ଉକ୍ତ ସାପରେ ବାଡ଼ିରେ ପିଟି ମାରି ଦେଇଥି‌ଲେ। ଏହାପରେ ଅଚେତ ସ୍ତ୍ରୀଙ୍କ ସହିତ ଉକ୍ତ ମଲାସାପକୁ ଏକ ପ୍ଲାଷ୍ଟିକ ଭିତରେ ପୁରାଇ ହସ୍ପିଟାଲରେ ପହଞ୍ଚିଥିଲେ।ସେଠାରେ ଡାକ୍ତରଙ୍କୁ ସ୍ତ୍ରୀଙ୍କ ଚିକିତ୍ସା କରିବା ସହିତ ଯେଉଁ ସାପ ସଂଶନ କରିଥିଲା ତାହାକୁ ଦେଖାଇ କହିଥିଲେ, ‘ସାର ମୋର ସ୍ତ୍ରୀ ଅନ୍ତସତ୍ତ୍ବା ଅଛି ତେଣୁ ତାର ଚିକିତ୍ସ‌ା ତୁରନ୍ତ ଆରମ୍ଭ କରନ୍ତୁ। ଆପଣଙ୍କୁ ଚିକିତ୍ସା କରିବାରେ ସୁବିଧା ହେବ ବୋଲି ନୀଲମଙ୍କୁ କାମୁଡ଼ି ଥିବା ସାପକୁ ମୁଁ ସାଥୀରେ ବି ନେଇ ଆସିଛି।’ ହରିମୋହନଙ୍କ ଏଭଳି କାମ ଦେଖି ହସ୍ପିଟାଲର ଡାକ୍ତର ଆଶ୍ଚର୍ୟ୍ୟ ହୋଇଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking