27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶହାଥରସ ଦଳାଚକଟା ଘଟଣା : ଏସଆଇଟିର ରିପୋର୍ଟ ଦାଖଲ

ହାଥରସ ଦଳାଚକଟା ଘଟଣା : ଏସଆଇଟିର ରିପୋର୍ଟ ଦାଖଲ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହାଥରସ ଦଳାଚକଟାକୁ ନେଇ ଏସଆଇଟି ରିପୋର୍ଟ ଦାଖଲ କରିଛି । ୩୦୦ ପୃଷ୍ଠା ବିଶିଷ୍ଟ ଏକ ରିପୋର୍ଟ ଦାଖଲ କରିଛି ଏସଆଇଟି । ସତସଙ୍ଗ ଆୟୋଜନ କରିଥିବା କମିଟିକୁ ଏଥିରେ ଦାୟୀ କରାଯାଇଛି । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ନ ହୋଇ ଏହାର ଆୟୋଜନ କେମିତି ହୋଇଥିଲା ତାହା ମଧ୍ୟ ର ରିପୋର୍ଟରେ ରହିଛି । ଅନୁମତିଠୁ ଅଧିକ ଲୋକେ ସେଠାରେ ଉପସ୍ଥିତ ଥିବା ଦର୍ଶାଇଛି ଏସଆଇଟି । ପ୍ରକାଶଥାଉ ଯେ, ହାଥରସ ଦଳାଚକଟାରେ ପ୍ରାୟ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୁଲିସ୍‌ କର୍ମୀ ଏହାକୁ ଗୁରୁତର ସହ ନେଇ ନ ଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି ଏସଆଇଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଏସଆଇଟି ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking