26.1 C
Bhubaneswar
Sunday, October 6, 2024
Homeଅପରାଧଶିକ୍ଷକଙ୍କୁ ଛୁରୀଭୁଷି ହତ୍ୟାକଲା ଛାତ୍ର

ଶିକ୍ଷକଙ୍କୁ ଛୁରୀଭୁଷି ହତ୍ୟାକଲା ଛାତ୍ର

ଦିସପୁର: ଆସାମର ଶିବସାଗର ଅଞ୍ଚଳରେ ଜଣେ ସ୍କୁଲ ଶିକ୍ଷକଙ୍କୁ ତାଙ୍କ ପାଖରେ ପାଠ ପଢ଼ୁଥିବା ଜଣେ ଛାତ୍ର ଛୁରୀ ଭୁଷି ହତ୍ୟା କରିଥିବା ସୂଚନା ମିଳିଛି । ମୃତ ଶିକ୍ଷକଙ୍କ ନାମ ରାଜେଶ ବାରୁହା ବେଜାୱାଡା (୫୫) ଏବଂ ସେ ଏଠାରେ ଏକ ଘରୋଇ ସ୍କୁଲରେ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ଶିକ୍ଷକ ଭାବେ ପାଠ ପଢ଼ାଇବା ସହ ସ୍କୁଲର ମ୍ୟାନଜର ଭାବେ ମଧ୍ୟ କାମ କରୁଥିଲେ । ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଉକ୍ତ ସ୍କୁଲରେ ଏକାଦଶ ଶ୍ରେଣୀର ଜଣେ ୧୬ ବର୍ଷୀୟ ଛାତ୍ର ତାଙ୍କୁ ଛୁରୀ ଭୁଷି ହତ୍ୟା କରିଛି । ଅଭିଯୁକ୍ତ ଛାତ୍ରଜଣକ କ୍ଲାସରୁମ୍ ଭିତରେ ହିଁ ଏହି ନାରକୀୟ କାଣ୍ଡ ଘଟାଇଛି । ଅଭିଯୁକ୍ତ ଛାତ୍ରଜଣକ ଶ୍ରେଣୀରେ ଠିକ୍ ଭାବେ ପାଠ ପଢ଼ୁନଥିବାରୁ କେମେଷ୍ଟ୍ରି ଶିକ୍ଷକ ରାଜେଶ, ତାକୁ ବରାବର ଗାଳିଗୁଲଜ କରୁଥିଲେ ।

ଏହି କାରଣରୁ ଅଭିଯୁକ୍ତ ଛାତ୍ରଜଣକ ଦୀର୍ଘ ସମୟ ଧରି ଶିକ୍ଷକ ରାଜେଶଙ୍କ ଉପରେ ରାଗ ରଖିଆସୁଥିଲା । ତେବେ ଶନିବାର ସେ ସ୍କୁଲକୁ ଆସିଥିଲା ଏବଂ ବ୍ୟାଗ୍‌ରେ ଏକ ଧାରୁଆ ଛୁରୀ ନେଇକରି ଆସିଥିଲା । କେହି କିଛି ବୁଝିବା ପୂର୍ବରୁ ହିଁ ସେ ପ୍ରଥମେ ଶିକ୍ଷକ ରାଜେଶଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ରାଜେଶ ତଳେ ପଡ଼ିଯିବା ପରେ ସେ ଛୁରୀରେ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା । ରକ୍ତାକ୍ତ ଅବସ୍ଥାରେ ରାଜେଶଙ୍କୁ ଦିବ୍ରୁଗଡ଼ ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଅଧାବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ୍ ଏବେ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking