29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ନୂଆଦିଲ୍ଲୀ : ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସାରା ଦେଶରୁ ରଥଯାତ୍ରା ଉପଲକ୍ଷେ ଛୁଟୁଛି ଶୁଭେଚ୍ଛାର ସୁଅ  । ଦେଶ ତଥା ବିଶ୍ବର ଅଗଣିତ ଜଗନ୍ନାଥପ୍ରେମୀ ରଥ ଉପରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଚାହିଁ ରହିୁଛନ୍ତି  । ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳପୀଠ ପୁରୀଠାରୁ ଆରମ୍ଭ କରି ଦେଶ ଓ ବିଶ୍ୱବ୍ୟାପୀ ରଥଯାତ୍ରା ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ରଥଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇସାରିଲାଣି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭେଚ୍ଛା ଜଣାଇଛନ୍ତି । ଶାହ ଟ୍ବିଟ୍ କରି ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଭାରତୀୟ ସାଂସ୍କୃତିକ ଐତିହ୍ୟ ଏବଂ ସମୃଦ୍ଧତାକୁ ବଞ୍ଚାଇବା ତଥା ନୂଆ ଉତ୍କର୍ଷ ପ୍ରଦାନ କରିବା ପାଇଁ ପବିତ୍ର ଉତ୍ସବ । ଯାହାକୁ ଦେଶର କୋଟି କୋଟି ଶ୍ରଦ୍ଧାଳୁ ଅତ୍ୟନ୍ତ ଭକ୍ତିଭାବରେ ପାଳନ କରନ୍ତି । ଏହି ଯାତ୍ରା ଭାରତୀୟ ସଂସ୍କୃତି ପ୍ରବୃତ୍ତି ଦ୍ୱାରା ପରିଚାଳିତ ବୋଲି ପ୍ରତୀୟମାନ ହୁଏ ଏବଂ ଏହା ଅଧ୍ୟାତ୍ମିକତାର ଏକ ସ୍ତମ୍ଭ ଅଟେ । ମହାପ୍ରଭୁଙ୍କ ରଥଯାତ୍ରାରେ ମୁଁ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ ତଥା ପ୍ରଗତି ପାଇଁ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ !”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking