24.1 C
Bhubaneswar
Friday, February 13, 2026
Homeଓଡିଶାଆସନ୍ତୁ ଜାଣିବା ରଥଯାତ୍ରାର ସମ୍ପର୍କିତ ପୌରାଣିକ ତଥ୍ୟ...

ଆସନ୍ତୁ ଜାଣିବା ରଥଯାତ୍ରାର ସମ୍ପର୍କିତ ପୌରାଣିକ ତଥ୍ୟ…

ପୁରୀ : ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରତିବର୍ଷ ପୁରୀରେ ରଥ ଯାତ୍ରା ହୁଏ । ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଭାଇଭଉଣୀଙ୍କୁ ନେଇ ବାହାରି ଯାଆନ୍ତି କଳା ଠାକୁର । ଯେଉଁଥିରେ ସାମିଲ୍ ହେବାକୁ ଦେଶ ବିଦେଶରୁ ପୁରୀ ଛୁଟି ଆସିଥାନ୍ତି ଭକ୍ତଗଣ । ଶ୍ରୀକୃଷ୍ଣଙ୍କୁ ସମର୍ପିତ ପୁରୀ ଜଗନ୍ନାଥ ମନ୍ଦିରରେ ବର୍ଷ ସାରା ଗର୍ଭ ଗୃହରେ ଶ୍ରୀଜୀଉମାନଙ୍କ ପୂଜା କରା ଯାଇଥାଏ । କିନ୍ତୁ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ହଟିଆ ଠାକୁର ବଡ଼ ଦାଣ୍ଡକୁ ବାହାରି ଆସନ୍ତି । ଆଉ ରଥରେ ବିରାଜ ମାନ ହୋଇ ଗୁଣ୍ଡିଚା ମନ୍ଦିର ଯାଆନ୍ତି । ମାନବୀୟ ଲୀଳାଖେଳା କରୁଥିବା ଜାତିର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ ବଡ ଭାଇ ବଳଭଦ୍ର ଏବଂ ଗେହ୍ଲୀ ସାନ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ବର୍ଷକୁ ଥରେ ବୁଲିଯାଆନ୍ତି ମାଉସୀ ମା ଘରକୁ । ଏହି ଦିନ ତିନି ରଥରେ ବିଜେ କରନ୍ତି ତିନି ଠାକୁର । ଘୋର ଘର୍ଘର ନାଦ କରି ବଡଦାଣ୍ଡରେ ଗଡିଚାଲନ୍ତି କାଳିଆ ବଳିଆ ସହିତ ମା’ ସୁଭଦ୍ରା । ପୁରୀ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ରଥଯାତ୍ରା ତଥା ଗୁଣ୍ଡିଚା ଯାତ୍ରା ଅନ୍ୟତମ। କେଉଁ ଅନାଦି କାଳୁ ଚାଲି ଆସିଛି ଏହି ଯାତ୍ରା। ଏହାକୁ ଘୋଷଯାତ୍ରା, ଆଡପମଣ୍ଡପ ଯାତ୍ରା, ଦଶାବତାର ଯାତ୍ରା, ପତିତପାବନ ଯାତ୍ରା, ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ ତେବେ ରଥଯାତ୍ରା ସହ ଅନେକ ମାନ୍ୟତା ଜଡିତ ରହିଛି । ପୋଥି ପୁରାଣ ରଚନା ଓ ବିଶାଦରେ ରଥଯାତ୍ରାକୁ ନେଇ ଭିନ୍ନ ଭିନ୍ନ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା କେମିତି ଆରମ୍ଭ ହୋଇଥିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା…
ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ ବିଶ୍ୱକର୍ମା । ସର୍ତ୍ତ ଥିଲା ମୂର୍ତ୍ତି ନିର୍ମାଣ ସେ ଏକାନ୍ତରେ ହିଁ କରିବେ। ତାଙ୍କ କାର୍ଯ୍ୟଶାଳାର ଦ୍ୱାରା ବନ୍ଦ ରହିବ। ଯଦି ନିର୍ମାଣ ପୂର୍ବରୁ କେହି ଭୁଲରେ ବି ଦ୍ୱାର ଖୋଲିଦିଏ ତେବେ ସେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଅଧାରେ ହିଁ ରହିବ। ରାଜା ସର୍ତ୍ତ ମାନିନେଲେ । ବିଶ୍ୱକର୍ମା ଗୁଡିଜା ନାମକ ସ୍ଥାନରେ ମୂର୍ତ୍ତି ନିର୍ମାଣ କାର୍ୟ୍ୟ ଆରମ୍ଭ କରିଦେଲେ । କିନ୍ତୁ ନିର୍ଧାରିତ ସମୟ ଅତିବାହିତ ହେବା ଏବଂ ନିର୍ମାଣକକ୍ଷ୍ୟର ଦ୍ୱାର ନ ଖୋଲିବାରୁ ରାଜା ଚିନ୍ତିତ ହୋଇପଡିଲେ । ତେଣୁ ଅନିଚ୍ଛା ସତ୍ୱେ ସେ ଦ୍ୱାର ଖୋଲିବାକୁ ବାଧ୍ୟ ହୋଇଥିଲେ । ସେତେବେଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲା। ସେଠାରେ ରାଜାଙ୍କୁ ଦେଖି ବିଶ୍ୱକର୍ମା ଅନ୍ତର୍ଦ୍ଧ୍ୟାନ ହୋଇଗଲେ । ଆଉ ଅଧାରେ ରହିଗଲା ଭଗବାନ୍ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ନିର୍ମାଣ । ଠିକ୍ ସେତିକି ବେଳେ ଆକାଶବାଣୀ ହୋଇଥିଲା ଭଗବାନ୍ ଏହି ରୂପରେ ହିଁ ସ୍ଥାପିତ ହେବା ଉଚିତ୍ । ଏହା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏକ ବିଶାଳ ଭବ୍ୟ ମନ୍ଦିର ତିଆରି କରି ତିନି ମୂର୍ତ୍ତିକୁ ସେଠାରେ ସ୍ଥାପନା କରିଥିଲେ । ସାଥୀରେ ଏକଥା ମଧ୍ୟ ଆକାଶବାଣୀ ହେଲା ଯେ ଭଗବାନ୍ ନିଜ ଜନ୍ମଭୂମିକୁ ବର୍ଷରେ ଥରେ ନିଶ୍ଚିତ ଯିବେ । ତା’ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଆଷାଢ ମାସର ଶୁକ୍ଲପକ୍ଷ ଦ୍ଵିତୀୟାରେ ପ୍ରଭୁଙ୍କୁ ନିଜ ଜନ୍ମଭୂମିକୁ ନେବା ପାଇଁ ବ୍ୟବସ୍ଥା କଲେ । ସେବେଠାରୁ ଏହି ପରମ୍ପରା ରଥଯାତ୍ରା ନାଁରେ ପ୍ରଚଳିତ ହୋଇ ଆସୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking